ଓଡିଶା

odisha

ETV Bharat / business

କାଉଣ୍ଟରରେ ଚେକ ଇନ ପାଇଁ ଯାତ୍ରୀଙ୍କଠୁ 100 ଟଙ୍କା ଆଦାୟ କରିବ ଇଣ୍ଡିଗୋ - IndiGo

ବିମାନବନ୍ଦର କାଉଣ୍ଟରରେ ଚେକ ଇନ କରିବାକୁ ଇଚ୍ଛୁକ ଯାତ୍ରୀଙ୍କ ଠାରୁ 100 ଟଙ୍କା ସେବା ଶୁଳ୍କ ଆଦାୟ କରିବ ଇଣ୍ଡିଗୋ । ଶନିବାର ଠାରୁ ଏହି ନିୟମ ଲାଗୁ ହୋଇଛି ।ଅଧିକ ପଢନ୍ତୁ..

କାଉଣ୍ଟରରେ ଚେକ ଇନ ପାଇଁ ଯାତ୍ରୀଙ୍କଠୁ 100 ଟଙ୍କା ଆଦାୟ କରିବ ଇଣ୍ଡିଗୋ
କାଉଣ୍ଟରରେ ଚେକ ଇନ ପାଇଁ ଯାତ୍ରୀଙ୍କଠୁ 100 ଟଙ୍କା ଆଦାୟ କରିବ ଇଣ୍ଡିଗୋ

By

Published : Oct 18, 2020, 10:05 AM IST

ନୂଆଦିଲ୍ଲୀ: ବିମାନ ସେବା କମ୍ପାନୀ ଇଣ୍ଡିଗୋର ନୂଆ ନିୟମ ଲାଗୁ । ବିମାନ ବନ୍ଦର କାଉଣ୍ଟରରେ ଚେକ ଇନ କରିବାକୁ ଇଚ୍ଛୁକ ଯାତ୍ରୀଙ୍କ ଠାରୁ 100 ଟଙ୍କା ସେବା ଶୁଳ୍କ ଆଦାୟ କରିବ କମ୍ପାନୀ । ଶନିବାର ଠାରୁ ଏହି ନିୟମ ଲାଗୁ ହୋଇଛି । ଏ ନେଇ କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ।

ପ୍ରକାଶ ଯେ, ବେସମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମେ’ ମାସରେ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ପାଇଁ ୱେବ ଚେକ ଇନ ଅନିବାର୍ଯ୍ୟ କରିଥିଲା । ଯେପରି ଲୋକଙ୍କୁ ବିମାନ ବନ୍ଦରରେ ଜିନିଷକୁ ଛୁଇଁବାକୁ ନ ପଡେ ।

ବିବୃତ୍ତିରେ କୁହାଯାଇଛି କି, ‘‘ ଇଣ୍ଡିଗୋ ପକ୍ଷରୁ ବିମାନ ବନ୍ଦରରେ ଚେକ ଇନ କରିବା ଯାତ୍ରୀଙ୍କ ଠାରୁ 100 ଟଙ୍କା ସେବା ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି । 2020 ଅକ୍ଟୋବର 17ରେ ଏହା କାର୍ଯ୍ୟକାରୀ ହୋଇଛି ।

‘‘ଆମେ ଯାତ୍ରୀଙ୍କୁ ସରକାରୀ ଦିଶା-ନିର୍ଦ୍ଦେଶ ଅନୁସାରେ ଆମ ୱେବସାଇଟ ଓ ମୋବାଇଲ ଆପର ବ୍ୟବହାର କରି ୱେବ ଚେକ ଇନ କରିବା ପାଇଁ ପ୍ରୋତ୍ସାହିତ କରିଥାଉ । ବିମାନ ବନ୍ଦରରେ ଚେକ ଇନ କରିବା ପାଇଁ 2020 ଅକ୍ଟୋବର 17ରୁ 100 ଟଙ୍କା ସେବା ଶୁଳ୍କ ଆଦାୟ ହେବ ।

ABOUT THE AUTHOR

...view details