ଓଡିଶା

odisha

ETV Bharat / business

ଲକଡାଉନ ପ୍ରହାର, 2,844 କୋଟି କ୍ଷତି ସହିଲା ଇଣ୍ଡିଗୋ - IndiGo reports Q1 loss at Rs 2,844 crore

ଏପ୍ରିଲରୁ ଜୁନ ଅବଧି ମଧ୍ୟରେ କୋରୋନା କଟକଣା ଲକଡାଉନ ଜାରି ରହିଥିବାରୁ ବିମାନ ସେବା ବନ୍ଦ ରହିଥିଲା । ଫଳରେ ବିମାନ କମ୍ପାନୀଗୁଡିକ କ୍ଷତି ରେକର୍ଡ କରିଛି । ଦେଶର ସବୁଠୁ ବଡ ଏୟାରଲାଇନ ଇଣ୍ଡିଗୋର ଗତ ବର୍ଷ ଏହି ଅବଧିରେ ରେ 1203.1 କୋଟି ଟଙ୍କା ଲାଭ କମେଇଥିଲା । ଅଧିକ ପଢନ୍ତୁ..

IndiGo reports Q1 loss at Rs 2,844 crore, revenue dips 92pc YoY to Rs 767 cr
IndiGo reports Q1 loss at Rs 2,844 crore, revenue dips 92pc YoY to Rs 767 cr

By

Published : Jul 30, 2020, 12:30 PM IST

ମୁମ୍ବାଇ: କୋରୋନା ମାଡରେ କ୍ଷତିଗ୍ରସ୍ତ ବେସମାରିକ ବିମାନ ଚଳାଚଳ ଶିଳ୍ପ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ (ଏପ୍ରିଲ-ଜୁନ) ରେ ଇଣ୍ଡିଗୋ ଏୟାରଲାଇନ୍ସକୁ 2,844 କୋଟି ଟଙ୍କା କ୍ଷତି ହୋଇଛି । ଏହା କୌଣସି ଭାରତୀୟ ବିମାନ କମ୍ପାନୀ ପାଇଁ ସର୍ବୋଚ୍ଚ କ୍ଷତି ।

ଏପ୍ରିଲରୁ ଜୁନ ଅବଧି ମଧ୍ୟରେ କୋରୋନା କଟକଣା ଲକଡାଉନ ଜାରି ରହିଥିବାରୁ ବିମାନ ସେବା ବନ୍ଦ ରହିଥିଲା । ଫଳରେ ବିମାନ କମ୍ପାନୀଗୁଡିକ କ୍ଷତି ରେକର୍ଡ କରିଛି । ଦେଶର ସବୁଠୁ ବଡ ଏୟାରଲାଇନ ଇଣ୍ଡିଗୋର ଗତ ବର୍ଷ ଏହି ଅବଧିରେ ରେ 1203.1 କୋଟି ଟଙ୍କା ଲାଭ କମେଇଥିଲା । ସେୟାର ବଜାରକୁ ପଠାଯାଇଥିବା ସୂଚନାରେ କମ୍ପାନୀ କହିଛି କି, ଏହି ତ୍ରୟମାସରେ କମ୍ପାନୀର ମୋଟ ଆୟ 88 ପ୍ରିଥସ ହ୍ରାସ ପାଇ 1,143.8 କୋଟି ଟଙ୍କା ରହିଛି । ଯାହାକି ଗତ ବର୍ଷ ସମାନ ତ୍ରୟମାସରେ 9,786.9 କୋଟି ଟଙ୍କା ଥିଲା ।

ତ୍ରୟମାସ ମଧ୍ୟରେ ଏୟାରଲାଇନର ପରିଚାଳନ ଆୟ 91.9 ପ୍ରତିଶତ ହ୍ରାସ ପାଇ 766.7 କୋଟି ଟଙ୍କା ରହିଯଇଛି । ଏୟାରଲାଇନ କହିଛି କି, ମେ 24 ଯାଏଁ ମହାମାରୀ ଯୋଗୁଁ ପରିଚାଳନା ବନ୍ଦ ରହିଥିବା ତ୍ରୟମାସିକ ଫଳାଫଳ ପ୍ରଭାବିତ ହୋଇଛି । ତେବେ ଲକଡାଉନ ଖୋଲିବା ସହ ବିମାନ ସେବା ଆରମ୍ଭ ରହିଥିଲେ ମଧ୍ୟ ପରିଚାଳନା ସୀମିତ ଅଛି । ମେ 25 ସୁଦ୍ଧା ଘରୋଇ ଉଡାଣ ଆରମ୍ଭ ହୋଇଥିଲେ ମଧ୍ୟ ଅନ୍ତରାଷ୍ଟ୍ରୀୟ ଉଡାଣ ଏବେ ଯାଏଁ ବନ୍ଦ ଅଛି । ଏୟାରଲାଇନ କହିଛି କି ଜୁନ ତ୍ରୟମା,ରେ ହାରାହାରୀ ଭଡା କିଲୋମିଟର ପିଛା 11.1 ପ୍ରତିଶତ ବୃଦ୍ଧି ପାଇ 4.53 ଟଙ୍କା ହୋଇଛି।

ଇଣ୍ଡିଗୋ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରନୋଞ୍ଜୟ ଦତ୍ତା କହିଛନ୍ତି କି, ‘‘ବିମାନ ଶିଳ୍ପ ବର୍ତ୍ତମାନ ବଜାରରେ ନିଜକୁ ରଖିବା ପାଇଁ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ନଗଦ ସଞ୍ଚୟ କରିବା ଆମର ପ୍ରାଥମିକତା।’’

ABOUT THE AUTHOR

...view details