ଓଡିଶା

odisha

By

Published : Mar 24, 2021, 5:27 PM IST

ETV Bharat / business

1,030 କୋଟି ଟିକେଟ ବୁକିଂ ଟଙ୍କା ଫେରଇଲା ଇଣ୍ଡିଗୋ

ଲକଡାଉନ କାରଣରୁ ବାତିଲ ହୋଇଥିବା ଫ୍ଲାଇଟ୍‌ ଟିକେଟ ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରିଛି ଇଣ୍ଡିଗୋ । ଏବେ ସୁଦ୍ଧା 99.95 ପ୍ରତିଶତ ଟିକେଟ ଟଙ୍କା ଫେରାଇଛି କମ୍ପାନୀ । ଅଧିକ ପଢନ୍ତୁ..

1,030 କୋଟି ଟିକେଟ ବୁକିଂ ଟଙ୍କା ଫେରଇଲା  ଇଣ୍ଡିଗୋ
1,030 କୋଟି ଟିକେଟ ବୁକିଂ ଟଙ୍କା ଫେରଇଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଶସ୍ତା ବିମାନ ସେବା ଯୋଗାଉଥିବା କମ୍ପାନୀ ଇଣ୍ଡିଗୋ ଲକଡାଉନରେ ହୋଇଛି ଗଭୀର ଭାବେ ପ୍ରଭାବିତ । ଲକଡାଉନ କଟକଣାରେ ବିମାନ ସେବା ବାତିଲ ଯୋଗୁଁ 99.95 ପ୍ରତିଶତ ଟିକେଟ ପାଇଁ ଟଙ୍କା ଫେରସ୍ତ କରିଛି କମ୍ପାନୀ । ଏ ନେଇ କମ୍ପାନୀ ବୁଧବାର ସୂଚନା ଦେଇଛି ।

କୋରୋନା ଭାଇରସ ମହାମାରୀ ପ୍ରକୋପକୁ ରୋକିବା ପାଇଁ ଗତ ବର୍ଷ ବର୍ଷ ମାର୍ଚ୍ଚ 25 ରେ ଲକଡାଉନ ଲଗାଯାଇଥିଲା । ଫଳରେ ଦୁଇ ମାସ ଯାଏଁ ବିମାନ ସେବା ବନ୍ଦ ରହିଲା । ଆଉ ଏହି ଅବଧି ପାଇଁ ହୋଇଥିବା ସବୁ ଟିକେଟ ବୁକିଂର ଟଙ୍କା ଫେରସ୍ତ ହୋଇଥିଲା । ଫଳରେ ବହୁତ କ୍ଷତି ସହିଛି ବିମାନ ସେବା କମ୍ପାନୀ ।

ସର୍ବୋଚ୍ଚ ନ୍ୟାୟଳୟ ଗତ ବର୍ଷ ସେପ୍ଟେମ୍ବରରେ ସବୁ ବିମାନ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି , ‘‘ଯେଉଁ ଯାତ୍ରୀଙ୍କ ଉଡାଣ ଲକଡାଉନ ଅବଧି ( 2020 ମାର୍ଚ୍ଚ 25 ରୁ ମେ 24 ) ଯାଏଁ ରହିଛି , ସେସମସ୍ତଙ୍କୁ 2021 ମାର୍ଚ୍ଚ 31 ସୁଦ୍ଧା ଟିକେଟର ସମ୍ପୁର୍ଣ୍ଣ ଟଙ୍କା ଫେରସ୍ତ କରାଯାଉ । ’’

ଇଣ୍ଡିଗୋ ଏକ ବିବୃତ୍ତିରେ ଦର୍ଶାଇଛି କି, 2020 ମେ ମାସରେ ପରିଚାଳନା ପୁଣି ଆରମ୍ଭ କରିବା ପରେ ଇଣ୍ଡିଗୋ ସେସବୁ ଗ୍ରାହକଙ୍କୁ ଶୀଘ୍ର ଟଙ୍କା ଫେରସ୍ତ କରୁଛି , ଯେଉଁମାନଙ୍କ ଉଡାଣ ଲକଡାଉନ କାଳରେ ରଦ୍ଦ ହୋଇଥିଲା । ବିମାନ କମ୍ପାନୀ ପୂର୍ବରୁ ହିଁ ପ୍ରାୟ 1,030 କୋଟି ଟଙ୍କା ଧନରାଶି ଫେରସ୍ତ କରିଛି । ଯାହା ମୋଟ ବକେୟା ରାଶିର ପ୍ରାୟ 99.95 ପ୍ରତିଶତ ।

ABOUT THE AUTHOR

...view details