ଓଡିଶା

odisha

By

Published : Apr 6, 2021, 9:26 PM IST

ETV Bharat / business

କର୍ମଚାରୀଙ୍କ ଧର୍ମଘଟ, ବିଳମ୍ବ ହେଲା ଇଣ୍ଡିଗୋ ଉଡାଣ

ଦରମା ବୃଦ୍ଧି ଦାବିରେ ଆନ୍ଦୋଳନରେ ବସିଲେ ବିମାନ କର୍ମଚାରୀ । ଫଳରେ ଗୋଆ ବିମାନବନ୍ଦରରୁ ବାଧାପ୍ରାପ୍ତ ହୋଇଛି ଉଡାଣ ସେବା । ଅଧିକ ପଢନ୍ତୁ..

କର୍ମଚାରୀଙ୍କ ଧର୍ମଘଟ, ବିଳମ୍ବ ହେଲା ଇଣ୍ଡିଗୋ ଉଡାଣ
କର୍ମଚାରୀଙ୍କ ଧର୍ମଘଟ, ବିଳମ୍ବ ହେଲା ଇଣ୍ଡିଗୋ ଉଡାଣ

ନୂଆଦିଲ୍ଲୀ: କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଇଣ୍ଡିଗୋ ପରିଚାଳନା ବାଧାପ୍ରାପ୍ତ ହୋଇଛି । ଇଣ୍ଡିଗୋର ସହାୟକ କମ୍ପାନୀ ଏଜିଲେର କର୍ମଚାରୀଙ୍କ ଦରମା ବଢାଇବାକୁ ନେଇ ମଙ୍ଗଳବାର ଗୋଆ ବିମାନବନ୍ଦରରେ ଧର୍ମଘଟ କରିଛନ୍ତି । ଫଳରେ ବିମାନ ସେବା ସାମାନ୍ୟ ବିଳମ୍ବ ହୋଇଛି ।

ବିମାନ କମ୍ପାନୀ ଏକ ବିବୃତ୍ତିରେ ଜାରି କରି କହିଛି କି, ‘‘ଇଣ୍ଡିଗୋର 100 ପ୍ରତିଶତ ମାଲିକାନାରେ ଥିବା ସହାୟକ କମ୍ପାନୀ ଏଜିଲେ ର ଏୟାରପୋର୍ଟ ସର୍ଭିସେଶ କର୍ମଚାରୀ ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ଦରମା ପାଇଛନ୍ତି । ’’

ବିମାନ କମ୍ପାନୀ ଗତ 1 ମାସରେ ମହାମାରୀ କାଳରେ କାହାକୁ ଚାକିରୀରୁ ବାହାର କରିନାହିଁ । ଏହା ପରେ ବି ସେମାନଙ୍କ ମଧ୍ୟରୁ କିଛି ତତ୍କାଳ ଦରମା ବୃଦ୍ଧି ଦାବିକୁ ନେଇ ଗୋଆରେ ବିମାନ ଉଡାଣ ବାଧାପ୍ରାପ୍ତ କରିଛନ୍ତି । ଯେତେବେଳେ କି 2021 ଏପ୍ରିଲର ଦରମାର ଏହାକୁ ସାମିଲ ନେଇ ପ୍ରତିଶ୍ରୁତି ଦିଆଯାଇଛି ବୋଲି ଇଣ୍ଡିଗୋ କହିଛନ୍ତି ।

ଇଣ୍ଡିଗୋ କହିଛି କି, ଏହାର ଉଡାଣ ସାମାନ୍ୟ ବିଳମ୍ବରେ ହୋଇଛି । ଏଣୁ ଏଥିଲାଗୁ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ । ଏବେ ବିନା କୌଣସି ବାଧାରେ ଯାତ୍ରା କରିପାରିବେ, ଏଥିଲାଗି ବ୍ୟବସ୍ଥା ହୋଇଛି ।

ABOUT THE AUTHOR

...view details