ଓଡିଶା

odisha

ଖସିଲା ଗ୍ରାମୀଣ ରୋଜଗାର ବଜାର, ପୁଣି ବଢିଲା ବେକାରୀ ହାର

By

Published : Sep 3, 2020, 8:30 PM IST

ଦେଶରେ ବେକାରୀ ହାର ଜୁଲାଇ ତୁଳନାରେ ଅଗଷ୍ଟରେ 8.4 ପ୍ରତିଶତକୁ ବୃଦ୍ଧି ପାଇଛି । ଆଉ ଏହାର ମୁଖ୍ୟ କାରଣ ଗ୍ରାମୀଣ ନିଯୁକ୍ତି ବଜାରରେ ଦେଖାଦେଇଥିବା ହ୍ରାସ । ଅଧିକ ପଢନ୍ତୁ..

ଖସିଲା ଗ୍ରାମୀଣ ରୋଜଗାର  ବଜାର, ପୁଣି ବଢିଲା ବେକାରୀ ହାର
ଖସିଲା ଗ୍ରାମୀଣ ରୋଜଗାର ବଜାର, ପୁଣି ବଢିଲା ବେକାରୀ ହାର

ବିଜନେସ ଡେସ୍କ, ଇଟିଭି ଭାରତ: ଲକଡାଉନ ପରେ ଜୁଲାଇରେ ବେକାରୀ ହାରରେ ହ୍ରାସ ଦେଖାଦେଇଥିଲାବେଳେ ଅଗଷ୍ଟରେ ସ୍ଥିତି ପୁଣି ଖରାପ ହୋଇଛି । ଆଉ ଏହାର ମୁଖ୍ୟ କାରଣ ଗ୍ରାମୀଣ ନିଯୁକ୍ତି ବଜାରରେ ମାନ୍ଦାବସ୍ଥା ।

ଖସିଲା ଗ୍ରାମୀଣ ରୋଜଗାର ବଜାର, ପୁଣି ବଢିଲା ବେକାରୀ ହାର

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମଆଇଇ) ପ୍ରଦତ୍ତ ତଥ୍ୟରୁ ଜଣାପଡିଛି କି , ଦେଶର ବେକାରୀ ଦର ଏପ୍ରିଲ ପରେ ପୁଣି ବଢିଛି । ଅଗଷ୍ଟରେ ଏହି ପରିମାଣ ବୃଦ୍ଧି ପାଇ 8.4 ପ୍ରତିଶତରେ ପହଞ୍ଚିଛି । ଯାହାକି ଜୁଲାଇରେ 7.4 ପ୍ରତିଶତ ଥିଲା ।

ସିଏମଆଇଇ ପରିଚାଳନା ନିର୍ଦ୍ଦେଶକ ମହନ୍ତ ବ୍ୟାସ କହିଛନ୍ତି କି, ‘‘ ଅଗଷ୍ଟରେ ଶ୍ରମ ବଜାର ସ୍ଥିତିରେ ଏହି ହ୍ରାସ ଗ୍ରାମୀଣ ଭାରତରେ ରହିଛି । ଉଭୟ ସହରାଞ୍ଚଳ (ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ) ରେ ବେକାରୀ ହାର ବୃଦ୍ଧି ପାଇଛି, କିନ୍ତୁ ଗ୍ରାମାଞ୍ଚଳରେ ଏହା ଅଧିକ ବୃଦ୍ଧି ପାଇଛି। CMIE ତଥ୍ୟରୁ ଜଣାପଡିଛି ଯେ ଅଗଷ୍ଟରେ ଗ୍ରାମୀଣ ଭାରତରେ ନିଯୁକ୍ତି 3.6 ମିଲିୟନ ହ୍ରାସ ପାଇଛି । ଫଳରେ ସେଠାରେ ବେକାରୀ ସଂଖ୍ୟା 2.8 ମିଲିୟନକୁ ବୃଦ୍ଧି ପାଇଛି ।

‘‘ ଯେଉଁ ଲୋକମାନେ ନିଯୁକ୍ତି ହରାଇଛନ୍ତି, ସେମାନେ କେବଳ ଶ୍ରମ ବଜାର ଛାଡିଛନ୍ତି । ଏଣୁ ଗ୍ରାମାଞ୍ଚଳରେ ଶ୍ରମଶକ୍ତି 0.8 ମିଲିୟନ ଯାଏଁ ସଙ୍କୁଚିତ ହୋଇଛି । ଗ୍ରାମୀଣ ଭାରତରେ ଶ୍ରମ ଶକ୍ତିରେ ହ୍ରାସ ସହ ରୋଜଗାରରେ ତୀବ୍ର ହ୍ରାସ ଦେଖାଦେଇଛି ।

ଏ ନେଇ ସିଏମଆଇଇ କହିଛି କି ଏହାର ନିଷ୍କର୍ସ ସରକାରଙ୍କ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ (MNREGA) ରେ ଦେଖାଯାଇଥିବା ନିଯୁକ୍ତି ଧାରା ସହିତ ମେଳ ଖାଉଛି ।

ଚଳିତ ବର୍ଷ ଜୁନ ଏବଂ ଜୁଲାଇରେ, ମନରେଗା ଯୋଜନାରେ ସୃଷ୍ଟି ହୋଇଥିବା ନିଯୁକ୍ତି ଦିନ 2019 ସହିତ ସମାନ ମାସ ତୁଳନାରେ ଦ୍ୱିଗୁଣିତ ଥିଲା ହେଲେ ଅଗଷ୍ଟରେ ମନରେଗାରେ ରୋଜଗାର ଦିନ ବୃଦ୍ଧି ହ୍ରାସ ହୋଇଥିଲା ।

ABOUT THE AUTHOR

...view details