ଓଡିଶା

odisha

By

Published : Apr 6, 2019, 4:06 AM IST

ETV Bharat / business

ମାର୍ଚ୍ଚରେ ସର୍ବନିମ୍ନରେ ସେବାକ୍ଷେତ୍ର

ଥମି ଯାଇଛି ସେବା କ୍ଷେତ୍ର । ଏଥିପାଇଁ ନିଯୁକ୍ତି ହାର ମଧ୍ୟ ଲଗାତାର ହ୍ରାସ ପାଇବାକୁ ଲାଗିଛି । ଗତ 6 ମାସର ରିପୋର୍ଟ କାର୍ଡ ଦେଖିବାକୁ ଗଲେ ମାର୍ଚ୍ଚରେ ରେକର୍ଡ ସ୍ତର ସର୍ବନିମ୍ନରେ ପହଞ୍ଚିଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଧିମାଉଛି ସେବା କ୍ଷେତ୍ର । ଗତ 6 ମାସର ରିପୋର୍ଟ ଦେଖିବାକୁ ଗଲେ ମାର୍ଚ୍ଚରେ ରେକର୍ଡ ସ୍ତର ସର୍ବନିମ୍ନରେ ପହଞ୍ଚିଛି । ଏଥିପାଇଁ ନିଯୁକ୍ତି ହାର ମଧ୍ୟ ଲଗାତାର ହ୍ରାସ ପାଇବାକୁ ଲାଗିଛି । ବାଣିଜ୍ୟ ମାପକ ମାନଦଣ୍ଡ ପିଏମଆଇ (Purchasing Managers' Index) ଏ ନେଇ ରିପୋର୍ଟ ପ୍ରକାଶ କରିଛି ।

ଭାରତ ସେବା କାରବାର ଗତିବିଧି ସୂଚକାଙ୍କ (ନିକ୍କି ଇଣ୍ଡେକ୍ସ) ପେବୃଆରୀରେ 52.5ରୁ ଖସି 52 କୁ ଛୁଇଁଥିଲା । ଯାହାକି ଗତବର୍ଷ ସେପ୍ଟେମ୍ବର ପରେ ସେବା କ୍ଷେତ୍ରରେ ସବୁଠାରୁ କମ ଥିଲା ।

ଭାରତୀୟ ସେବା କ୍ଷେତ୍ରରେ ବୃଦ୍ଧି ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଦୁର୍ବଳ ହୋଇପଡିଥିଲା । ଯାହାକି ଗତ ସେପ୍ଟମ୍ବରରେ ସବୁଠାରୁ ଧିମା ବେଗରେ ବଢୁଛି । ଏଥିମଧ୍ୟରେ ବ୍ୟାପାର ଗତିବିଧି ଏତେଟା ଭଲ ନଥିବା ବେଳେ ସେବାକ୍ଷେତ୍ରରେ ମଧ୍ୟ ମାନ୍ଦାବସ୍ଥା ଦେଖାଦେଇଥିଲା । ଯେଉଁଥିପାଇଁ ଏହା ଗତ ବର୍ଷ ସେପ୍ଟେମ୍ବରଠାରୁ ନିମ୍ନରେ ପହଞ୍ଚିଯାଇଥିଲା ।

ଦରବୃଦ୍ଧି , ସିପିଆଇ ଓ ଡବ୍ଲୁପିଆଇ , ଆଇଆଇପି ଆଦିରେ ଅଭିବୃଦ୍ଧି ଯୋଗୁଁ ପ୍ରଫିଟ ଏତେଟା ରହିନାହିଁ । ଫଳରେ ନିଯୁକ୍ତି ମଧ୍ୟ କମିଛି ବୋଲି ଅର୍ଥନୀତିଜ୍ଞ ମତ ଦେଇଛନ୍ତି ।

ABOUT THE AUTHOR

...view details