ନୂଆଦିଲ୍ଲୀ: କୋରୋନା କଟକଣା ମଧ୍ୟରେ ଦେଶର ସେବା କ୍ଷେତ୍ର । ବିଭିନ୍ନ ସ୍ଥାନରେ ଲକଡାଉନ ଯୋଗୁଁ କମ୍ପାନୀ ପରିଚାଳନା ସ୍ବାଭାବିକ ହେଉନି । ଏପଟେ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଥିବାରୁ ଏହି ସେକ୍ଟର ଲଗାତାର 5 ମାସ ଧରି ସଙ୍କୁଚିତ ହେଉଛି । ଜୁଲାଇ ମାସରେ ସେବା କ୍ଷେତ୍ରର ଗତିବିଘି ହ୍ରାସ ହୋଇଛି । ବୁଧବାର ଜାରି ଏକ ସର୍ଭେ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି ।
ଆଇଏଚଏସ ମାର୍କିଟ ଇଣ୍ଡିଆର ସର୍ବିସେସ ବିଜନେସ ଆକ୍ଟିଭିଟି ଇଣ୍ଡେକ୍ସ ଜୁଲାଇ ମାସରେ 34.2 ପଏଣ୍ଟରେ ରହିଛି । ତେବ ଜୁନ ମାସର 33.7 ପଏଣ୍ଟ ତୁଳନାରେ ଏଥିରେ ସାମାନ୍ୟ ସୁଧାର ଆସିଛି । ଆଇଏଚଏସ ମାର୍କେଟ ଇଣ୍ଡିଆର ମେନ୍ୟୁଫକଚରିଂ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ଅନୁସାରେ ଜୁଲାଇ ସୂଚକାଙ୍କରରେ ସାମାନ୍ୟ ବୃଦ୍ଧି ପରେ ବି ସେବା କ୍ଷେତ୍ର ଲଗାତାର 5 ମାସ ଧରି ତଳମୁହାଁ ରହିଛି ।
ପିଏଆଇ 50 ପଏଣ୍ଟ ଉପରେ ରହିବା ସେକ୍ଟରରେ ବିସ୍ତାର ହେଉଛି । ଆଉ 50 ପଏଣ୍ଟ ତଳକୁ ଅର୍ଥାତ ସଙ୍କୁଚନକୁ ସୂଚାଇଥାଏ ।