ଓଡିଶା

odisha

By

Published : Nov 2, 2020, 4:57 PM IST

ETV Bharat / business

ଅକ୍ଟୋବରରେ ବି ବଢିଲା ବିନିର୍ମାଣ ଗତିବିଧି , 13 ବର୍ଷର ସର୍ବୋଚ୍ଚ ସ୍ତରରେ ଉତ୍ପାଦନ

ଲକଡାଉନ କୋହଳ ସହ ବଢୁଛି ଚାହିଦା । ଫଳରେ ଦେଶରେ ଲଗାତାର 3 ମାସ ଧରି ବିନିର୍ମାଣ ଗତିବିଧି ବଢିଚାଲିଛି । କାରବାର ପରିଚାଳନା ଆରମ୍ଭ ହେବା ପରେ ନିର୍ମାଣ ଗତିବିଧି ଅକ୍ଟୋବରରେ 13 ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଅକ୍ଟୋବରରେ ବି ବଢିଲା ବିନିର୍ମାଣ ଗତିବିଧି , 13 ବର୍ଷର ସର୍ବୋଚ୍ଚ ସ୍ତରରେ ଉତ୍ପାଦନ
ଅକ୍ଟୋବରରେ ବି ବଢିଲା ବିନିର୍ମାଣ ଗତିବିଧି , 13 ବର୍ଷର ସର୍ବୋଚ୍ଚ ସ୍ତରରେ ଉତ୍ପାଦନ

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ସୁଧୁରିଛି ଦେଶର ବିନିର୍ମାଣ ଗତିବିଧି । ଏହାକୁ ମିଶାଇ ଲଗାତାର 3ୟ ମାସ ଧରି ଏହି ସେକ୍ଟରରେ ଅଭିବୃଦ୍ଧି ଦେଖାଦେଇଛି । ଏକ ମାସିକ ସର୍ଭେ ଅନୁସାରେ ନୂଆ ଅର୍ଡର ଓ ଉତ୍ପାଦନରେ ବୃଦ୍ଧି ଯୋଗୁଁ ଅକ୍ଟୋବରରେ ବିନିର୍ମାଣ ଗତିବିଧି 13 ବର୍ଷର (2007 ଅକ୍ଟୋବର ମାସ ପରଠୁ ) ଉଚ୍ଚ ସ୍ତରରେ ପହଞ୍ଚିଛି ।

ଆଇଏଚଏସ ମାର୍କେଟ ଇଣ୍ଡିଆର ମାନ୍ୟୁଫେକଚରିଂ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ଅକ୍ଟୋବରରେ ବୃଦ୍ଧି ପାଇଁ 56.8 ପଏଣ୍ଟ ରହିଛି । ଯାହାକି ସେପ୍ଟେମ୍ବରରେ 56.8 ଥିଲା । ଏହି ସେକ୍ଟର ଗତ 1 ଦଶକର ସବୁଠୁ ଅଧିକ ସୁଧାର ରେକର୍ଡ କରିଛି । ଲଗାତାର 32 ମାସ ପର୍ଯ୍ୟନ୍ତ ବୃଦ୍ଧି ରେକର୍ଡ କରିବା ପରେ ଏପ୍ରିଲରେ ଏହି ସୂଚକାଙ୍କରରେ ହ୍ରାସ ଦେଖିବାକୁ ମିଳିଥିଲା ।

ପ୍ରକାଶ ଯେ, ପିଏମଆଇ ସୂଚକାଙ୍କ 50 ପଏଣ୍ଟରୁ ଉପରକୁ ରହିବା ଅର୍ଥାତ ବୃଦ୍ଧିକୁ ଦର୍ଶାଇଥାଏ । ଯେତେବେଳେ କି ଏହା ଠାରୁ ତଳ ଅର୍ଥାତ ଚାପରେ ବା ସଙ୍କୁଚନକୁ ସୂଚାଇଥାଏ । ଆଇଏଚଏସ ମାର୍କିଟର ଇକୋନୋମିକ୍ସ ନିର୍ଦ୍ଦେଶକ ପୋଲିଅନ୍ନା ଡେ ଲୀମା କହିଛନ୍ତି କି, ‘‘ ଭାରତରେ ବିନିର୍ମାଣ ଗତିବିଧି ଠିକ ଦିଗରେ ବଢୁଛି । ପିଏମଆଇ ତଥ୍ୟରେ ଅନେକ ସକରାତ୍ମକ ଜିନିଷ ଦେଖିବାକୁ ମିଳିଛି । କୋଭିଡ କଟକଣାକୁ କୋହଳ ପରେ କାରଖାନା ସମ୍ପୂର୍ଣ୍ଣ କ୍ଷମତା ସହ କାମ କରୁଛି । ଏଥିସହ କମ୍ପାନୀକୁ ନୂଆ ଅର୍ଡର ମିଳୁଛି ।

ଲୀମା କହିଛନ୍ତି କି, କମ୍ପାନୀକୁ ବିଶ୍ବାସ ଅଛି ଯେ ବିକ୍ରିରେ ବୃଦ୍ଧି ଆଗାମୀ ମାସରେ ମଧ୍ୟ ସ୍ଥିର ରହିବ । ଆଉ ଏହାର ସଙ୍କେତ କମ୍ପାନୀ ଦ୍ବାରା ବିନିର୍ମାଣରେ ବ୍ୟବହାର ହେବାକୁ ଥିବା ସାମଗ୍ରୀ କ୍ରୟରୁ ଜଣାପଡୁଛି । ବିନିର୍ମାଣକାରୀଙ୍କ କହିବା ଅନୁସାରେ କୋଭିଡ-19ରେ ପ୍ରତିବନ୍ଧକ କୋହଳ, ଭଲ ବଜାର ପରିସ୍ଥିତି ତଥା ଚାହିଦାରେ ସୁଧାର ଯୋଗୁଁ ସେମାନଙ୍କୁ ଅକ୍ଟୋବରରେ ନୂଆ ଅର୍ଡର ମିଳିଛି ।

ସର୍ଭେରେ ଦର୍ଶାଯାଇଛି ଯେ, ଅର୍ଡରେ ସୁଧାର ପରେ ବି ବିନିର୍ମାତାମାନେ ନିଜ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିଛନ୍ତି । ଅନେକ ମାମଲାରେ ସାମାଜିକ ଦୂରତା ଅନୁପାଳନ ପାଇଁ ଏଭଳି କରାଯାଉଛି । ତେବେ ଏହାର ଲଗାତାର ସପ୍ତମ ମାସ, ଯେତେବେଳେ କି ରୋଜଗାର କାଟ ହେଉଛି ।

ତେବେ ଲୀମା ମଧ୍ୟ ଜଣାଇଛନ୍ତି କି, ସବୁଠୁ ଅଧିକ ଚିନ୍ତା ଉପନ୍ନ କରୁଥିବା ଦିଗ ହେଲା ରୋଜଗାର । କିଛି କମ୍ପାନୀକୁ କର୍ମଚାରୀ ନିଯୁକ୍ତିରେ ସମସ୍ୟା ଆସୁଛି । ଯେତେବେଳେ କି କିଛି ଅନ୍ୟର କହିବା ଅନୁସାରେ ମହାମାରୀର ପ୍ରସାର ଉପରେ କଟକଣାର ଉପାୟ ଯୋଗୁଁ ସେମାନେ ନିଜ କର୍ମଚାରୀଙ୍କ ସଂଖ୍ୟା କମାଉଛନ୍ତି ।

ସର୍ଭେ ଅନୁସାରେ , ଏହି ସମୟରେ ମୁଦ୍ରାସ୍ପୀତିର ଚାପ ସାମାନ୍ୟ କମ ରହିଛି । ତେବେ ବିନିର୍ମାଣ ସାମଗ୍ରୀ ଦାମରେ ସାମାନ୍ୟ ବୃଦ୍ଧି ହୋଇଛି । ସେପଟେ ବିକ୍ରି ମୂଲ୍ୟ ବି ବଢିଛି ।

ABOUT THE AUTHOR

...view details