ନୂଆଦିଲ୍ଲୀ: ଭାରତରେ ଗତ 15 ବର୍ଷରେ ସର୍ବନିମ୍ନ ନିଯୁକ୍ତି ମନୋଭାବ ଦେଖିବାକୁ ମିଳିଛି । କେବଳ 3 ପ୍ରତିଶତ କମ୍ପାନୀ ଆସନ୍ତା 3 ମାସରେ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି । 800 ନିଯୁକ୍ତିଦାତାଙ୍କୁ ନେଇ ହୋଇଥିବା ଏକ ସର୍ଭେର ଏ ନେଇ ରିପୋର୍ଟ ପ୍ରକାଶ ପାଇଛି ।
ମ୍ୟାନପାୱାର ଗ୍ରୁପ ନିଯୁକ୍ତି ଆଉଟଲୁକ ସର୍ଭେ ମୁତାବକ, 7 ପ୍ରତିଶତ ନିଯୁକ୍ତିଦାତା କର୍ମଚାରୀଙ୍କ ଦରମା ବଢାଇବାକୁ ଯୋଜନା କରୁଛନ୍ତି । ଯେତେବେଳେ କି 3 ପ୍ରତିଶତ କମ୍ପାନୀ ଦରମା ହ୍ରାସ ନେଇ ଚିନ୍ତା କରୁଛନ୍ତି । ସେହିପରି 54 ପ୍ରତିଶତ କୌଣସି ହ୍ରାସ ବୃଦ୍ଧି ନ ହେବା ନେଇ କହିଛନ୍ତି ।