ଓଡିଶା

odisha

ETV Bharat / business

କୋଭିଡ ମାଡ, 9 ମାସର ତଳ ସ୍ତରରେ ଇନ୍ଧନ ଚାହିଦା - fuel demand

କୋଭିଡ ପ୍ରତିହିତ ପାଇଁ ଜାରି କଟକଣା ପ୍ରଭାବରେ କମିଲା ଇନ୍ଧନ ଚାହିଦା । ପେଟ୍ରୋଲ-ଡିଜେଲ ଠାରୁ ଏଟିଏଫ ସବୁ ବିକ୍ରି କମିଛି । ଅଧିକ ପଢନ୍ତୁ..

କୋଭିଡ ମାଡ ,  9 ମାସର ତଳ ସ୍ତରରେ ଇନ୍ଧନ ଚାହିଦା
କୋଭିଡ ମାଡ , 9 ମାସର ତଳ ସ୍ତରରେ ଇନ୍ଧନ ଚାହିଦା

By

Published : Jun 11, 2021, 11:00 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ଓ ଲକଡାଉନ ଯୋଗୁଁ ବହୁ ରାଜ୍ୟରେ ଲାଗୁ ରହିଛି କଟକଣା ।

ଫଳରେ ବନ୍ଦ ରହିଛି ଯାତାୟତ । ଧୀମା ପଡିଛି ଆର୍ଥିକ କାର୍ଯ୍ୟକଳାପ । ଏହାର ପ୍ରଭାବରେ ଦେଶରେ ଇନ୍ଧନ ଚାହିଦା ହ୍ରାସ ହୋଇ 9 ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି ।

ପେଟ୍ରୋଲିୟମ ମନ୍ତ୍ରାଳୟ ଅନ୍ତର୍ଗତ ଆସୁଥିବା ପେଟ୍ରୋଲିୟମ ଯୋଜନା ଓ ବିଶ୍ଲେଷଣ ପ୍ରକୋଷ୍ଠର ତଥ୍ୟ ଅନୁସାରେ ଇନ୍ଧନ ଚାହିଦା ମେ ମାସରେ 1.5 ପ୍ରତିଶତ କମି 1.51 କୋଟି ଟନ ରହିଛି । ଗତ ମାସକୁ ଯଦି ତୁଳନା କରିବା ତେବେ ଏହି ମାତ୍ରା 11.3 ପ୍ରତିଶତ କମ ରହିଛି ।

ଦେଶରେ ଗତ ବର୍ଷ କୋରୋନା ଭାଇରସ ସଙ୍କଟ ପ୍ରତିହିତ ପାଇଁ ଏପ୍ରିଲ-ମେ ମାସରେ ଦେଶବ୍ୟାପି ଲକଡାଉନ ଲାଗୁ ଥିଲା । କିନ୍ତୁ ଏବର୍ଷ ସଂକ୍ରମଣ ସ୍ଥିତି ବହୁତ ଗମ୍ଭୀର ଥିଲା । ହେଲେ କଟକଣା ସ୍ଥାନୀୟ ସ୍ତରରେ ଲଗାଯାଇଥିଲା । ତେବେ ଏଥର ଗତଥର ଭଳି ବ୍ୟକ୍ତିଗତ ଭାବେ ଏତେଟା ପ୍ରଭାବ ପଡିନି । ଏଥର କାରଖାନା ଖୋଲା ରହିଛି । ଗୋଟିଏ ରାଜ୍ୟ ଓ ଅନ୍ୟ ରାଜ୍ୟ ମଧ୍ୟରେ ମାଲ ପରିବହନ ଅଧିକ ପ୍ରଭାବିତ ହୋଇନି ।

ତଥ୍ୟ ଅନୁସାରେ ପେଟ୍ରୋଲ ଚାହିଦା 2021 ମେ ମାସରେ 19.9 ଲକ୍ଷ ଟନ ରହିଛି । ଯାହାକି ଗତ ବର୍ଷ ତୁଳନାରେ 12 ପ୍ରତିଶତ ଅଧିକ । ତେବେ 2021 ଏପ୍ରିଲ ତୁଳନାରେ 16 ପ୍ରତିଶତ ଓ କୋଭିଡ ପୂର୍ବ ସ୍ତର ମୁକାବିଲାରେ 27 ପ୍ରତିଶତ କମ ଅଟେ ।

ସେହିଭଳି ଡିଜେଲ ବିକ୍ରି ବାର୍ଷିକ ଆଧାରରେ ମେ ମାସରେ ସାମାନ୍ୟ ବଢି 55.3 ଲକ୍ଷ ଟନ ରହିଛି । କିନ୍ତୁ ଏପ୍ରିଲ ତୁଳନାରେ 17 ପ୍ରତିଶତ ଓ କୋଭିଡ ପୂର୍ବ ସ୍ତର ତୁଳନାରେ 29 ପ୍ରତିଶତ କମ ରହିଛି ।

ଯାତ୍ରା ପ୍ରତିବନ୍ଧକ ଯୋଗୁଁ ବିମାନ ଚଳାଚଳ ବନ୍ଦ ଅଛି । ଫଳରେ , ATF (ବିମାନ ଇନ୍ଧନ) ର ବିକ୍ରି 36 ପ୍ରତିଶତ ହ୍ରାସ ପାଇ ମାସିକ 2,63,000 ଟନ ରହିଛି । ତେବେ ମେ 2020 ରେ, ଏହା 1,10,000 ଟନ୍ ବ୍ୟବହାର ତୁଳନାରେ ଦ୍ବିଗୁଣିତ ହୋଇଛି । ପ୍ରି-କୋଭିଡ୍ ଏଟିଏଫ୍ ଚାହିଦା ଥିଲା 6,80,000 ଟନ ।

ଘରୋଇ ଏଲପିଜି ବିକ୍ରି ପୂର୍ବ ମାସ ତୁଳନାରେ 2.16 ନିୟୁତ ଟନରେ ପ୍ରାୟ ସ୍ଥିର ରହିଛି । କିନ୍ତୁ ଏହା ଗତ ବର୍ଷ ତୁଳନାରେ 5.5 ପ୍ରତିଶତ କମ୍ । ତେବେ ପ୍ରି-କୋଭିଡ୍ ସ୍ତର ମେ 2019 ତୁଳନାରେ 5.5 ପ୍ରତିଶତ ଅଧିକ ।

ABOUT THE AUTHOR

...view details