ଓଡିଶା

odisha

ETV Bharat / business

ଚକ ବନ୍ଦ: ମାର୍ଚ୍ଚରେ 18 ପ୍ରତିଶତ ଖସିଲା ଇନ୍ଧନ ବ୍ୟବହାର

ଚଳିତ ବର୍ଷ ମାର୍ଚ୍ଚ ମାସରେ ଇନ୍ଧନ ବ୍ୟବହାର ପ୍ରାୟ 18 ପ୍ରତିଶତ ହ୍ରାସ ପାଇଛି । ଯାହାକି ଗୋଟିଏ ଦଶନ୍ଧି ଧରି କେବେ ଘଟିନାହିଁ ।

fuel consumption fall
ଚକ ବନ୍ଦ: ମାର୍ଚ୍ଚରେ 18 ପ୍ରତିଶତ ଖସିଲା ଇନ୍ଧନ ବ୍ୟବହାର

By

Published : Apr 9, 2020, 7:36 PM IST

ନୂଆଦିଲ୍ଲୀ: ଦେଶବ୍ୟାପି ଲକଡାଉନ ଜାରି । ଚଖଅଖ ବନ୍ଦ । ରାସ୍ତାରେ ଗାଡି ଗଡୁନି କି ଆକାଶରେ ବିମାନ ଉଡୁନି । ପମ୍ପରୁ ପେଟ୍ରୋଲ ଓ ଡିଜେଲ ସରୁନି । ଏଥିପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଇନ୍ଧନ ବ୍ୟବହାର ପ୍ରାୟ 18 ପ୍ରତିଶତ ହ୍ରାସ ପାଇଛି । ଯାହାକି ଗୋଟିଏ ଦଶନ୍ଧି ଧରି କେବେ ଘଟିନାହିଁ ।

ଗୁରୁବାର ଜାରି ସରକାର ତଥ୍ୟ ଅନୁସାରେ , ମାର୍ଚ୍ଚ ମାସରେ ଡିଜେଲ ଓ ପେଟ୍ରୋଲ ଏବଂ ବିମାନ ଇନ୍ଧନ ଚାହିଦା ହ୍ରାସ ଯୋଗୁଁ ପେଟ୍ରୋଲିୟମ ଉତ୍ପାଦ ବ୍ୟବହାର 17.79 ପ୍ରତିଶତ ଖସି 160.8 ଲକ୍ଷ ଟନରେ ପହଞ୍ଚିଛି ।

ସବୁଛୁ ଅଧିକ ବ୍ୟବହାର ହେଉଥିବା ଇନ୍ଧନ ଡିଜେଲ ଚାହିଦା 24.23 ପ୍ରତିଶତକୁ ହ୍ରାସ ପାଇ 56.5 ଲକ୍ଷ ଟନରେ ପହଞ୍ଚିଛି । ଟ୍ରେନ ଚଳାଚଳ ବନ୍ଦ ଓ ଟ୍ରକ ଠପ ଯୋଗୁଁ ଏହି ହ୍ରାସ ହୋଇଛି ।

ସେହିପରି ପେଟ୍ରୋଲ ବ୍ୟବହାର ଏଥି ମଧ୍ୟରେ 16.37 ପ୍ରତିଶତ ହ୍ରାସ ପାଇ 21.5 ଲକ୍ଷ ଟନରେ ପହଞ୍ଚିଛି ।

ABOUT THE AUTHOR

...view details