ନୂଆଦିଲ୍ଲୀ: ଦେଶରେ ରପ୍ତାନୀ ଏ ବର୍ଷ ଜାନୁଆରୀ ମାସରେ 6.16 ପ୍ରତିଶତ ବୃଦ୍ଧି ହୋଇ 27.45 ଅରବ ଡଲାର ରହିଛି । ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଆମଦାନୀ ମଧ୍ୟ ଆଲୋଚ୍ୟ ମାସରେ 2 ପ୍ରତିଶତ ବଢି 42 ଅରବ ଡଲାର ରହିଛି ।
ଜାନୁଆରୀରେ 6.16% ବଢିଛି ରପ୍ତାନୀ - ଭାରତର ରପ୍ତାନୀ
ଦେଶରେ ରପ୍ତାନୀ ଏବର୍ଷ ଜାନୁଆରୀ ମାସରେ 6.16 ପ୍ରତିଶତ ବୃଦ୍ଧି ହୋଇ 27.45 ଅରବ ଡଲାର ରହିଛି । ଅଧିକ ପଢନ୍ତୁ..
![ଜାନୁଆରୀରେ 6.16% ବଢିଛି ରପ୍ତାନୀ ଜାନୁଆରୀରେ 6.16% ଚଢିଛି ରପ୍ତାନୀ](https://etvbharatimages.akamaized.net/etvbharat/prod-images/768-512-10641254-thumbnail-3x2-export.jpg)
ଜାନୁଆରୀରେ 6.16% ଚଢିଛି ରପ୍ତାନୀ
ଏହା ଦ୍ବାରା ଜାନୁଆରୀ ମାସରେ ଆର୍ଥିକ ନିଅଣ୍ଟ 14.54 ଅରବ ଡଲାର ରହିଛି । ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜାନୁଆରୀ ମଧ୍ୟରେ ରପ୍ତାନୀ 13.58 ପ୍ରତିଶତ କମି 228.25 ଅରବ ଡଲାର ଛୁଇଁଛି । ସେହିପରି ଆମଦାନୀ ମଧ୍ୟ 25.92 ପ୍ରତିଶତ କମି 300.26 ଅରବ ଡଲାର ଅଛି ।
ଜାନୁଆରୀ ମାସରେ ରପ୍ତାନୀ ବୃଦ୍ଧି ଅର୍ଥନୀତି ପାଇଁ ଶୁଭ ଖବର । ରପ୍ତାନୀ ବଢିବା ଦ୍ବାରା ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ପଡିବ । ଏଥିସହ ଦେଶର ମୋଟ ଘରୋଇ ଉତ୍ପାଦରେ ରହିଥିବା ରପ୍ତାନୀର ଯୋଗଦାନ ବଢିବ ।