ଓଡିଶା

odisha

ETV Bharat / business

ଟୀକାକରଣ ବଢିଲେ ସୁଧୁରିବ ଅର୍ଥନୀତି, 5 ଟ୍ରିଲିୟନ ଡଲାର ଟାର୍ଗେଟ ଅନିଶ୍ଚିତ

2024-25 ସୁଦ୍ଧା ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ସମୟ ଲାଗିବ । ଏଭଳି ବ୍ୟାପକ ତଥା ଅପ୍ରତ୍ୟାଶିତ ମହାମାରୀ ମଧ୍ୟରେ ଅଧିକ ଟୀକାକରଣ ଅର୍ଥନୀତିକୁ କରିବ ଗତିଶୀଳ । ଅଧିକ ପଢନ୍ତୁ..

By

Published : May 19, 2021, 4:30 PM IST

ଟୀକାକରଣ  ବଢିଲେ ସୁଧୁରିବ ଅର୍ଥନୀତି , 5 ଟ୍ରିଲିୟନ ଡଲାର ଟାର୍ଗେଟ ଅନିଶ୍ଚିତ
ଟୀକାକରଣ ବଢିଲେ ସୁଧୁରିବ ଅର୍ଥନୀତି , 5 ଟ୍ରିଲିୟନ ଡଲାର ଟାର୍ଗେଟ ଅନିଶ୍ଚିତ

ନୂଆଦିଲ୍ଲୀ: ଅଧିକ ସଂଖ୍ୟକ ଲୋକଙ୍କୁ ଟିକା ଲାଗିବା ପରେ ଭାରତୀୟ ଅର୍ଥବ୍ୟବସ୍ଥା ଭଲ ପ୍ରଦର୍ଶନ କରିବ । କାରଣ ଚାହିଦାରେ ବୃଦ୍ଧି, ବୈଶ୍ବିକ ସୁଧାର ଓ ସରଳ ଆର୍ଥିକ ସ୍ଥିତି କାରବାର ଗିତିବିଧିକୁ ପ୍ରୋତ୍ସାହନ ଦେବ । ଆରବିଆଇ ମୁଦ୍ରାନୀତି ସମିତି (ଏମପିସି) ସଦସ୍ୟ ଆଶିମା ଗୋଏଲ ଏ ନେଇ ଆଶାବାଦୀ ଥିବା କହିଛନ୍ତି ।

ସେ କହିଛନ୍ତି ଯେ, ଭାରତ ଏହି ସମୟରେ କୋରୋନାର ଭୟଙ୍କର ଦ୍ବିତୀୟ ଲହରରେ ଜୁଝୁଛି । ହେଲେ ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥାକୁ ହୋଇଥିବା କ୍ଷତି କମ , ଆଉ ଏହାର ପ୍ରଭାବ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଠାରୁ ଆଗକୁ ବଢିବା ଆଶଙ୍କା ବି କମ ରହିଛି ।

ଏକ ସାକ୍ଷାତକାରରେ ସେ ଦର୍ଶାଇଛନ୍ତି କି, ‘‘ଭାରତରେ ଭ୍ୟାକ୍ସିନ ଉତ୍ପାଦନର କେନ୍ଦ୍ର କରିବାର କ୍ଷମତା ରହିଛି । ଆଉ ଶୀଘ୍ର ଏହି ଦିଗରେ ଦେଶ ଆଗକୁ ବଢିବାରେ ସକ୍ଷମ ହେବ । ବାସ ଥରେ ଟିକାକରଣ ସମଗ୍ର ଜନସଂଖ୍ୟା ପାଖରେ ପହଞ୍ଚିଯିବ ସେତେବେଳେ ଅର୍ଥବ୍ୟବସ୍ଥା ଚାହିଦା, ବୈଶ୍ବିକ ସୁଧାର ଓ ସରଳ ଆର୍ଥିକ ସ୍ଥିତି ମଧ୍ୟରେ ଭଲ ପ୍ରଦର୍ଶନ କରିବ ।

ସ୍ଥାନୀୟ ସ୍ତରରେ ଲକଡାଉନ ଓ ପ୍ରତିବନ୍ଧକ ମଧ୍ୟରେ ସଂକ୍ରମଣ ସଫଳତାପୂର୍ବକ ହ୍ରାସ ହୋଇଛି । ଯାହାକି ଯୋଗାଣ ଶୃଙ୍ଖଳା ପାଇଁ ସକରାତ୍ମକ ସଙ୍କେତ ବୋଲି ପ୍ରଖ୍ୟାତ ଅର୍ଥନୀତିଜ୍ଞ କହିଛନ୍ତି । କୋଭିଡ -19 ପରେ ଉନ୍ନତ ଅର୍ଥନୀତି ତୁଳନାରେ ଭାରତରେ ରାଜକୋଷୀୟ ବିସ୍ତାର ସ୍ବାଭାବିକ ହୋଇଛି ଏବଂ ଏହାକୁ ମଧ୍ୟମ ଅବଧିରେ ପରିବର୍ତ୍ତନ କରିବା ସମ୍ଭବ ହେବ ।

2024-25 ସୁଦ୍ଧା ଭାରତକୁ 5 ଟ୍ରିଲିୟନ ଡଲାରର ଅର୍ଥନୀତି କରିବା ନେଇ ରହିଥିବା ସରକାରଙ୍କ ଲକ୍ଷ୍ୟ ଉପରେ ଗୋଏଲ କହିଛନ୍ତି ଯେ, ଏଭଳି ବ୍ୟାପକ ତଥା ଅପ୍ରତ୍ୟାଶିତ ମହାମାରୀ ପରେ ଏହି ଲକ୍ଷ୍ୟ ହାସଲ କରିବାକୁ ଅଧିକ ସମୟ ଲାଗିବ । କାରଣ କୋଭିଡ-19 ସମ୍ବନ୍ଧିତ ଅନିଶ୍ଚିତତା ଏବେ ବି ଟଳିନି ।

ABOUT THE AUTHOR

...view details