ଓଡିଶା

odisha

ETV Bharat / business

IMF ଦେଲା ଆଶ୍ବସ୍ତି, ପୁନରୁଦ୍ଧାର ରାସ୍ତାରେ ଭାରତୀୟ ଅର୍ଥନୀତି - ସୁଧୁରୁଛି ଭାରତୀୟ ଅର୍ଥନୀତି

ଦେଶର ଅର୍ଥନୀତି ପୁନରୁଦ୍ଧାର ଆଡକୁ ଗତି କରୁଛି । କୋରୋନା ସଙ୍କଟ ମଧ୍ୟରେ ମାନ୍ଦାବସ୍ଥା କବଳରେ ଫସିଥିବା ଭାରତୀୟ ଅର୍ଥନୀତି ପାଇଁ ଏଭଳି ଆକଳନ କରି ଦେଶବାସୀଙ୍କୁ ଉପଶମ ଦେଇଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ।

IMF ଦେଲା ଆଶ୍ବସ୍ତି  ,ପୁନରୁଦ୍ଧାର ରାସ୍ତାରେ ଭାରତୀୟ ଅର୍ଥନୀତି
IMF ଦେଲା ଆଶ୍ବସ୍ତି ,ପୁନରୁଦ୍ଧାର ରାସ୍ତାରେ ଭାରତୀୟ ଅର୍ଥନୀତି

By

Published : Mar 26, 2021, 5:23 PM IST

ନୂଆଦିଲ୍ଲୀ: କୋରୋନା ପ୍ରଭାବରୁ ମୁକୁଳିଛି ଭାରତ । ଦେଶର ଅର୍ଥନୀତି ପୁନରୁଦ୍ଧାର ଆଡକୁ ଗତି କରୁଛି । କୋରୋନା ସଙ୍କଟ ମଧ୍ୟରେ ମାନ୍ଦାବସ୍ଥା କବଳରେ ଫସିଥିବା ଭାରତୀୟ ଅର୍ଥନୀତି ପାଇଁ ଏଭଳି ଆକଳନ କରି ଦେଶବାସୀଙ୍କୁ ଉପଶମ ଦେଇଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ।

ଆଇଏମଏଫ ମୁଖପାତ୍ର ଗେରୀ ରାଇସ ଗୁରୁବାର ଏକ ପ୍ରେସ ବାର୍ତ୍ତାରେ କହିଛନ୍ତି କି, 2020 ର ଚତୁର୍ଥ ତ୍ରୟମାସରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ବାସ୍ତବିତ ବୃଦ୍ଧି ହାର ପଜେଟିଭି ଜୋନକୁ ଫେରିଆସିଛି । ଏହା ଦେଶର ଅର୍ଥବ୍ୟବସ୍ଥାର ସୁଧାରକୁ ଦର୍ଶାଇଛି । କୋଭିଡ-19 ମହାମାରୀ ପରେ ପ୍ରଥମ ଥର ଦେଶର ଜିଡିପି ପଜିଟିଭ ରହିଛି ।

ଜିଡିପି ବ୍ୟତିତ PMI ଇଣ୍ଡେକ୍ସ ଭଳି ଇଣ୍ଡିକେଟର ମଧ୍ୟ ଭାରତ ସପକ୍ଷରେ ରହିଛି । ଏସବୁ କାରଣରୁ 2021ର ପ୍ରଥମ ତ୍ରୟମାସରେ ମଧ୍ୟ ଏହି ରିକୋଭରି ଜାରି ରହିବା ସମ୍ଭାବନା ରହିଛି । ହେଲେ କୋରୋନାର ଦ୍ବିତୀୟ ଲହରୀ ଓ ସ୍ଥାନୀୟ ସ୍ତରରେ ଲଗାଯାଉଥିବା ଲକଡାଉନ ଏହି ପୁନରୁଦ୍ଧାର ପ୍ରତି ବିପଦ ସାଜିପାରେ ।

ଜାନୁଆରୀ ମାସରେ ଆଇଏମଏଫ ଏହାର ରିପୋର୍ଟରେ ଦର୍ଶାଇଥିଲା କି 2021 ରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 11.5 ପ୍ରତିଶତ ରହିପାରେ । ସେହିପରି ଆଇଏମଏଫ ଆକଳନ କରିଛି କି 2020ରେ ଦେଶର ଅର୍ଥବ୍ୟବସ୍ଥା 8 ପ୍ରତିଶତ ସଙ୍କୁତିତ ସମ୍ଭାବନା ଅଛି ।

ପିଟିଆଇ ଖବର ଅନୁସାରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଆସନ୍ତା ମାସ ବିଶ୍ବ ବ୍ୟାଙ୍କ ସହ ବୈଠକ କରିବ । ଏହା ବ୍ୟତିତ ଆଇଏମଏଫର ସଦ୍ୟ ୱାଲ୍ଡ ଇକୋନୋମିକ ଆଉଟଲୁକ ରିପୋର୍ଟ ମଧ୍ୟ ଏପ୍ରିଲ 6 ରେ ଆସିବ ।

ABOUT THE AUTHOR

...view details