ମୁମ୍ବାଇ: 2021 ଜାନୁଆରୀ ମାସରେ ଭାରତର ଘରୋଇ ବିମାନ ଯାତ୍ରୀ ସଂଖ୍ୟା ହ୍ରାସ ହୋଇ 77.34 ଲକ୍ଷରେ ପହଞ୍ଚିଛି । ଯାହାକି ଗତ ବର୍ଷ ପରିବହନ ତୁଳନାରେ 40 ପ୍ରତିଶତ କମ । କୋଭିଡ-19ର ଲମ୍ଭା ପ୍ରଭାବ ଯୋଗୁଁ ବିମାନ ଉଡାଣ ଖସିଛି । ଏ ନେଇ ବିମାନ ସେବା ନିୟମାକ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟ ଜାରି କରି ସୂଚନା ଦେଇଛି ।
2020 ଜାନୁଆରୀ ମାସରେ ଘରୋଇ ମାର୍ଗରେ ଯାତ୍ରୀ ସଂଖ୍ୟା 1.27 କୋଟି ଥିଲା । ଡିଜିସିଏ ଅନୁସାରେ ଗତ ମାସ ବିମାନରେ ଉପଲବ୍ଧ ସିଟିର ଉପଯୋଗ ଅନୁପାତ ଡିସେମ୍ବର ତୁଳନାରେ ତଳମୁହାଁ ଥିଲା । ତଥ୍ୟ ମୁତାବକ ଜାନୁଆରୀରେ 6 ଏୟାରଲାଇନ ଇଣ୍ଡିଗୋ, ସ୍ପାଇସଜେଟ, ଏୟାର ଇଣ୍ଡିଆ , ଗୋଏୟାର, ଭିସ୍ତାର ଓ ଏୟାର ଏସିଆ ଇଣ୍ଡିଆର ଭର୍ତ୍ତି ସିଟ ଅନୁପାତ 70 ପ୍ରତିଶତରୁ 64.9 ପ୍ରତିଶତ ମଧ୍ୟରେ ରହିଥିଲା ।