ଓଡିଶା

odisha

ETV Bharat / business

ଚିନି ରପ୍ତାନୀରେ ନୂଆ ରେକର୍ଡ କରିବ ଭାରତ

ଭାରତ ଚିନି ରପ୍ତାନୀ କ୍ଷେତ୍ରରେ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ଏବେ ସୁଦ୍ଧା 50 ଲକ୍ଷ ଟନ ଚିନି ରପ୍ତାନୀ ନେଇ ଡିଲ ହୋଇସାରିଲାଣି । ଅଧିକ ପଢନ୍ତୁ...

ଚିନି ରପ୍ତାନୀ
ଚିନି ରପ୍ତାନୀ

By

Published : Jun 23, 2020, 8:54 PM IST

ନୂଆଦିଲ୍ଲୀ: କୋରୋନା କାଳରେ ଅନ୍ତରାଷ୍ଟ୍ରୀୟ ବଜାରରେ ଚିନି ଦାମ ହ୍ରାସ ପରେ ବି ଭାରତର ରପ୍ତାନୀରେ ନୂଆ ରେକର୍ଡ କରିବାକୁ ଯାଉଛି । ଚଳିତ ବର୍ଷରେ ପ୍ରାୟ 50 ଲକ୍ଷ ଟନ ଚିନି ରପ୍ତାନୀ ଡିଲ କରାଯାଇଛି । ଯେତେବଳେ କି ପ୍ରାୟ 4.5 ଲକ୍ଷ ରପ୍ତାନୀ ହୋଇସାରିଲାଣି । ଘରୋଇ ଚିନି ଉଦ୍ୟୋଗ ସଙ୍ଗଠନ ଏନେଇ ସୂଚନା ଦେଇଛି ।

ଉଦ୍ୟୋଗ ସଙ୍ଗଠନ ନ୍ୟାସନାଲ ଫେଡେରେସନ ଅଫ କୋଅପରେଟିଭ୍ ସୁଗାର ଫେକ୍ଟ୍ରି (NFCSF)କ ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ନାଇକନଭରେ କହିଛନ୍ତି କି , 2007-08ରେ ଭାରତ 49 ଲକ୍ଷ ଚିନି ରପ୍ତାନି କରିଛି । ଯାହାକି ଏବେ ସୁଦ୍ଧା ରେକର୍ଡ ରହିଛି । ହେଲେ ଚଳିତ ଋତୁ ଶେଷ ସୁଦ୍ଧା ପ୍ରାୟ 55 ଲକ୍ଷ ଟନ ଚିନି ରପ୍ତାନୀ ସହ ନୂଆ ରେକର୍ଡ ସୃଷ୍ଟି କରିବ ।

ABOUT THE AUTHOR

...view details