ନୂଆଦିଲ୍ଲୀ: ଟ୍ବିଟରର ପ୍ରତିଦ୍ବନ୍ଦୀ କମ୍ପାନୀ ‘ କୁ’ ଫଣ୍ଡ ସମସ୍ୟାରେ ଜୁଝୁଛି । କମ୍ପାନୀ ନିବେଶ ଯୋଗାଡ କରିବା ପାଇଁ ନିବେଶକଙ୍କ ସହ ଆଲୋଚନା କରୁଛି । ଆସନ୍ତା 3 ରୁ 4 ମାସ ମଧ୍ୟରେ କୌଣସି ବୁଝାମଣା ବା ଚୁକ୍ତି ପୂରା ହେବା ନେଇ ଆଶା ରଖିଛି କମ୍ପାନୀ ।
ଗତ କିଛି ମାସରେ ‘ କୁ’ ର ୟୁଜର୍ସଙ୍କ ସଂଖ୍ୟା ତୀବ୍ର ଗତିରେ ବଢିଛି । ଏହି ସୋସିଆଲ ନେଟୱର୍କିଂ ପ୍ଲାର୍ଟଫର୍ମର ୟୁଜର୍ସ ସଂଖ୍ୟାରେ ବହୁତ ବୃଦ୍ଧି ହୋଇଛି । ‘କୁ’ ର ସହ ପ୍ରତିଷ୍ଠାତା ଅପରାମେୟ ରାଧାକୃଷ୍ଣା କହିଛନ୍ତି କି, କମ୍ପାନୀ ପୂର୍ବରୁ ଏକତ୍ର କରିଥିବା ଅର୍ଥରୁ ଅଧିକ ଏବେ ଯୋଗାଡ ପାଇଁ ଆଶା ରଖିଛି । ସେ କହିଛନ୍ତି କି ଏ ବର୍ଷ ଫେବୃଆରୀରେ ସେ ଏକ୍ସେଲ , କାଲାରୀ କ୍ୟାପିଟାଲ୍, ବ୍ଲୁମ୍ ଭେଞ୍ଚର୍ସ - ଡ୍ରିମ୍ ଇନକ୍ୟୁବେଟର ଏବଂ ଥ୍ରିଭାନଫୋର୍ କ୍ୟାପିଟାଲ୍ ଠାରୁ 4.1 ଲକ୍ଷ ଡଲାର ସଂଗ୍ରହ କରିଥିଲା ।