ଓଡିଶା

odisha

ETV Bharat / business

ପାର୍ବଣରେ ଗଡିବ 392 ସ୍ବତନ୍ତ୍ର ଟ୍ରେନ - Indian Railways to run 392 festival special trains

ଅକ୍ଟୋବର 20ରୁ ନଭେମ୍ବର 30 ମଧ୍ୟରେ 392(196 ଯୋଡା) ଟ୍ରେନ ପରିଚାଳନା କରିବ ଭାରତୀୟ ରେଳବାଇ । ତେବେ ଏହାର ଭଡା ସ୍ବତନ୍ତ୍ର ଟ୍ରେନରେ ଲାଗୁ ଭଡା ସହ ସମାନ ରହିବ । ଅଧିକ ପଢନ୍ତୁ..

ପାର୍ବଣରେ ଗଡିବ 392 ସ୍ବତନ୍ତ୍ର ଟ୍ରେନ
ପାର୍ବଣରେ ଗଡିବ 392 ସ୍ବତନ୍ତ୍ର ଟ୍ରେନ

By

Published : Oct 14, 2020, 9:34 AM IST

ନୂଆଦିଲ୍ଲୀ: ଆଗକୁ ପାର୍ବଣ । ଏହାକୁ ଦୃଷ୍ଟିରେ ରଖି ଯାତାୟତ ବ୍ୟବସ୍ଥାକୁ ସୁଗମ ଓ ସହଜନ କରିବା ପାଇଁ ଅଣ୍ଟା ଭିଡିଲା ଭାରତୀୟ ରେଳବାଇ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅକ୍ଟୋବର 20ରୁ ନଭେମ୍ବର 30 ମଧ୍ୟରେ 392(196 ଯୋଡା) ପାର୍ବଣ ସ୍ବତନ୍ତ୍ର ଟ୍ରେନ ସଞ୍ଚାଳନ ହେବ । ରେଳୱେ ପକ୍ଷରୁ ଏ ନେଇ ମଙ୍ଗଳବାର ଘୋଷଣା ହୋଇଛି ।

ତେବେ ଏହି ଟ୍ରେନ ମଧ୍ୟରେ ସ୍ବତନ୍ତ୍ର ଟ୍ରେନରେ ଥିବା ଭଡା ଲାଗୁ ହେବ । ଅର୍ଥାତ ଏସବୁ ଭଡା ମେଲ/ ଏକ୍ସପ୍ରେସ ଟ୍ରେନ ତୁଳନାରେ 10-30 ପ୍ରତିଶତ ଅଧିକ ହେବ । ଯାହାକି ଯାତ୍ରା ଶ୍ରେଣୀ ଉପରେ ନିର୍ଭରଶୀଳ ବୋଲି ରେଲୱେ ପକ୍ଷରୁ କୁହାଯାଇଛି ।

ରେଲୱେ ବିବୃତ୍ତିରେ କହିଛି କି, ପାର୍ବଣ ଯୋଗୁଁ ଯାତ୍ରୀଙ୍କ ଭିଡ ବଢିବା ଆଶା ରହିଛି । ଏହାକୁ ନଜରରେ ରଖି ଅତିରିକ୍ତ ଟ୍ରେନ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଦୁର୍ଗାପୂଜା, ଦୀପାବଳୀ ଓ ଛଟ ପୂଜା ସମୟରେ ଛୁଟି ରହିଥିବାବେଳେ ଯାତ୍ରୀଙ୍କ ଚାହିଦାକୁ ପୂରଣ କରିବା ପାଇଁ କୋଲକାତା, ପାଟଣା, ବାରଣାସୀ, ଲକ୍ଷ୍ନୌ ସମେତ ଅନ୍ୟ ସ୍ଥାନ ପାଇଁ ମଧ୍ୟ ସ୍ବତନ୍ତ୍ର ଟ୍ରେନ ଚଲାଯିବ ।

ଏବେ ସୁଦ୍ଧା ରେଲୱେ 666 ମେଲ/ ଏକ୍ସପ୍ରେସ ରେଳ ଗାଡିକୁ ସେବାରେ ଲଗାଇଛି । ଯାହାକି ସମଗ୍ର ଦେଶରେ ଏବେ ସୁଦ୍ଧା ନିୟମିତ ସେବା ଜାରି ରଖିଛି । ଏହା ବ୍ୟତୀତ ମୁମ୍ବାଇରେ କିଛି ସହରରେ ସେବା ସହ କୋଲକାତା ମେଟ୍ରୋର କିଛି ସେବା ମଧ୍ୟ ପୁନରୁଦ୍ଧାର କରାଯାଇଛି ।

ତେବେ ମଙ୍ଗଳବାର ଜାରି ଆଦେଶରେ ରେଲୱେ ବୋର୍ଡ କହିଛି କି ଏହି ପାର୍ବଣ ସ୍ବତନ୍ତ୍ର ଟ୍ରେନ ଘଣ୍ଟା ପ୍ରତି 55 କିଲୋମିଟର ଗତିରେ ଚାଲିବ । ପ୍ରକାଶ ଯେ, ରେଳବାଇ କୋରୋନା ମହାମାରୀ ୟୋଗୁଁ ଏହାର ନିୟମିତ ସେବାକୁ ସ୍ଥଗିତ ରଖିଛି । କେବଳ ଜରୁରୀ ଚାହିଦା ପୂରଣ ସ୍ବତନ୍ତ୍ର ଟ୍ରେନ ପରିଚାଳନା ଜାରି ରଖିଛି ।

ABOUT THE AUTHOR

...view details