ନୂଆଦିଲ୍ଲୀ: ଦେଶର କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମରେ ସହଯୋଗ କରିବ ଭାରତର ସବୁଠୁ ବଡ ପେଟ୍ରୋଲିୟମ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସି) । କମ୍ପାନୀ ଚାରୋଟି ରାଜ୍ୟରେ ଟିକା ପରିବହନ ଏବଂ ସଂରକ୍ଷଣ ପାଇଁ ଉପଲବ୍ଧ ଶୀତଳ ଭଣ୍ଡାର ଉପକରଣ (CCE) ର ଅଭାବ ପୂରଣ କରୁଛି ।
ଶନିବାର କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଏହା 4 ରାଜ୍ୟ ଜାମ୍ମୁକାଶ୍ମୂର, ତାମିଲନାଡୁ, ବିହାର ଓ ମଣିପୁରରେ ଶୀତଳ ଭଣ୍ଡାର ଆବଶ୍ୟକତାକୁ ପୂରଣ କରିବା ପାଇଁ ପଦକ୍ଷେପ ଉଠାଇଛି ।