ନୂଆଦିଲ୍ଲୀ: କୋଭିଡ -19 ପ୍ରଭାବରେ ବ୍ୟବସାୟ ସ୍ଥାଣୁ ପାଲଟିଯାଇଛି । ଏଭଳି ସ୍ଥିତିରେ ପୂର୍ବରୁ ଅପେକ୍ଷା ବହୁ ସଙ୍ଗଠନ ନିଜ ବ୍ୟବସାୟ ପାଇଁ ଏକ ମଜବୁତ ଡିଜିଟାଲ ଭିତ୍ତିଭୂମି ଲୋଡୁଛନ୍ତି । କାରଣ ମହାମାରୀ ମାଡରେ ସେମାନଙ୍କ ଭବିଷ୍ୟତ ଯୋଜନା ବାଧାପ୍ରାପ୍ତ ହୋଇଛି ।
ବର୍ତ୍ତମାନ ମହାମାରୀ ବହୁ ଭାରତୀୟ ସଙ୍ଗଠନ କ୍ଲାଉଡ ପାଇଁ ପଦକ୍ଷେପ ନେବାକୁ ବିଚାର କରିବାକୁ ବାଧ୍ୟ ହେଉଛନ୍ତି । ଯେପରି ଅଧିକ ସଂଖ୍ୟକ କ୍ଲାଉଡ ପ୍ରଦାନକାରୀ ସେମାନଙ୍କ ପାଇଁ ଡାଟା କେନ୍ଦ୍ର ପରିଚାଳନା ପାଇଁ ସାହାଯ୍ୟ କରିପାରିବେ । ଏଥିସହ ପୁରୁଣା ଭିତ୍ତିଭୂମି ସରଞ୍ଚନାକୁ ଦୂର କରିବା ସହ ରିମୋଟ ଅଞ୍ଚଳର କାମ କରିବାରେ ଡିଜିଟାଲ ଉପାୟକୁ ଗ୍ରହଣ ପାଇଁ ସହଯୋଗ କରିବେ । ଏ ନେଇ ଓରାକଲ ଇଣ୍ଡିଆର ଶୀର୍ଷ ଅଧିକାରୀ କହିଛନ୍ତି ।
ଓରାକଲ ଇଣ୍ଡିଆର ଆଞ୍ଚଳିକ ପରିଚାଳନା ନିର୍ଦ୍ଦେଶ ଶୈଳେନ୍ଦ୍ର କୁମାର କହିଛନ୍ତି ଯେ, ‘‘ ନିଜ ବ୍ୟବସାୟକୁ ବଜାୟ ରଖିବା ଏବଂ ସର୍ବନିମ୍ନ ବ୍ୟାଘତ ସହ ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ଉଦ୍ୟୋଗଗୁଡିକ ବ୍ୟବସାୟ ସ୍ଥିରତାକୁ ପୁନଚିତ୍ରଣ ବା ସମଦ୍ଧି ପାଇଁ ନୂଆ ପରିଭାଷା ଦେଉଛନ୍ତି । ଏଥିସହ ନିଜ ବ୍ୟବସାୟର ନିରନ୍ତର ଯୋଜନା ଗୁଡିକୁ ସୁକ୍ଷ୍ମ ଭାବରେ ସଠିକ କରୁଛନ୍ତି । ଟିକେ ଦେଖନ୍ତୁ କିପରି ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମା (BFSI) ଶିଳ୍ପ କିପରି ଚତୁରତା ସହ ତତକ୍ଷଣାତ ପ୍ରତିକ୍ରିୟା ରଖୁଛି ।’’