ଓଡିଶା

odisha

By

Published : Mar 13, 2021, 10:11 PM IST

ETV Bharat / business

ଭି-ଆକୃତିର ସୁଧୁରିଛି ଭାରତୀୟ ଅର୍ଥନୀତି: ଅନୁରାଗ ଠାକୁର

ଭି-ଆକାର ସୁଧାର ଅର୍ଥ ଦ୍ରୁତ ଭାବେ ହ୍ରାସ ପରେ ପୁଣି ଅର୍ଥବ୍ୟବସ୍ଥା ତୀବ୍ର ବେଗରେ ପୁନରୁଦ୍ଧାର । ଅର୍ଥାତ ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ ଦେଖାଦେଇଛି । ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର ଏ ନେଇ କହିଛନ୍ତି । ଅଧିକ ପଢନ୍ତୁ..

ଭି-ଆକୃତିର ସୁଧୁରିଛି ଭାରତୀୟ ଅର୍ଥନୀତି :  ଅନୁରାଗ ଠାକୁର
ଭି-ଆକୃତିର ସୁଧୁରିଛି ଭାରତୀୟ ଅର୍ଥନୀତି : ଅନୁରାଗ ଠାକୁର

ନୂଆଦିଲ୍ଲୀ: କୋଭିଡ କଟକଣା କୋହଳ ସହ ସ୍ବାଭାବିକ ହେଉଛି ଆର୍ଥିକ ଗତିବିଧି । ଏହାର ପ୍ରଭାବରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଏବେ ‘ଭି-ଆକାର’ ସୁଧାର ଦେଖିବାକୁ ମିଳୁଛି । ଅର୍ଥାତ ଅର୍ଥବ୍ୟବସ୍ଥାରେ ସୁଧାର ସଙ୍କେତ ଦେଖାଦେଇଛି । ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର ଏ ନେଇ କହିଛନ୍ତି ।

ଭି-ଆକାର ସୁଧାର ଅର୍ଥ ଦ୍ରୁତ ଭାବେ ହ୍ରାସ ପରେ ପୁଣି ଅର୍ଥବ୍ୟବସ୍ଥା ତୀବ୍ର ବେଗରେ ପୁନରୁଦ୍ଧାର । ଆକ୍ଟୁଆରିଆଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ଆୟୋଜିତ ଏକ ଭର୍ଚୁଆଲ୍ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଭାରତରେ ପୂର୍ବରୁ ହିଁ ଭି-ଆକୃତିର ଉନ୍ନତି ଦେଖାଯାଉଛି । ବିଭିନ୍ନ କ୍ଷେତ୍ରରେ ସ୍ଥିତିରେ ସୁଧାର ଆସୁଛି । ଫେବୃଆରୀରେ ଦେଶକୁ 25,787 କୋଟି ଟଙ୍କାର ବିଦେଶୀ ପ୍ରତ୍ୟକ୍ଷ ନିବେଶ (ଏଫଡିଆଇ) ଦେଶକୁ ଆସିଛି ।

ଲଗାତାର 2 ତ୍ରୟମାସରେ ଭାରି ହ୍ରାସ ପରେ ଅକ୍ଟୋବର-ଡିସେମ୍ବରର ତ୍ରୟମାସରେ ଭାରତୀୟ ଅର୍ଥବ୍ୟବସ୍ଥା 0.4 ପ୍ରତିଶତର ସକରାତ୍ମକ ବୃଦ୍ଧି ରେକର୍ଡ କରିଛି । ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାର ଲଗାତାର ବଢୁଛି । 2021 ଜାନୁଆରୀରେ ଏହା 590 ଅରବ ଡଲାର ସହ ଏହାର ସର୍ବକାଳନୀ ସ୍ତରରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ଅର୍ଥ ରାଷ୍ଟ୍ର ମନ୍ତ୍ରୀ ।

ଗତ 8 ମାସରେ ବିଦେଶୀ ମୁଦ୍ରା ଭଣ୍ଡା 100 ଅରବ ଡଲାର ବଢିଛି । ଆଉ ଏହା ବିଶ୍ବାସର ସଙ୍କେତ ବୋଲି କହିଛନ୍ତି ଅନୁରାଗ ଠାକୁର । ବିଶ୍ୱସ୍ତରୀୟ ପାଣ୍ଠି ଏବଂ ନିବେଶକମାନେ ଭାରତକୁ ଏକ ନିବେଶ ଲକ୍ଷ୍ୟ ଭାବରେ ଦେଖନ୍ତି । ସେମାନେ ଭାରତର ଅଭିବୃଦ୍ଧି କାହାଣୀକୁ ନେଇ ସକାରାତ୍ମକ ରହିଛନ୍ତି ।

ABOUT THE AUTHOR

...view details