ନୂଆଦିଲ୍ଲୀ: ଅତ୍ୟାଧୁନିକ ହେବ ଭାରତ ଭିତ୍ତିଭୂମି । ଏଥିପାଇଁ 1.3 ଟ୍ରିଲିୟନ ଡଲାର ନିବେଶ ହେବ । ବୁଧବାର ନ୍ୟୁୟର୍କ ବ୍ଲୁମବର୍ଗ ଗ୍ଲୋବାଲ ବିଜେନେସ ଫୋରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଛନ୍ତି ।
ମୋଦି ସ୍ପଷ୍ଟ କରି କହିଛନ୍ତି ଯେ, ‘ ଆଗାମୀ କେଇ ବର୍ଷ ଭିତରେ ଭାରତ ତାର ଆଧୁନିକ ଭିତ୍ତିଭୂମି ଢାଞ୍ଚାରେ 1.3 ଟ୍ରିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛି । ଏହା ବ୍ୟତୀତ, ଲକ୍ଷ ଲକ୍ଷ କୋଟି ବ୍ୟୟରେ ଦେଶର ସାମାଜିକ ଭିତ୍ତିଭୂମି ସୁଦୃଢ ନେଇ ଯୋଜନା ରହିଛି ।’