ନୂଆଦିଲ୍ଲୀ: କିପରି ପୂରଣ ହେବ ଲକ୍ଷ୍ୟ? ବିଗିଡିଗଲା ସବୁ ଆକଳନ ? ଭାଙ୍ଗି ଯିବକି ମୋଦିଙ୍କ 5 ଟ୍ରିଲିୟନ ଡଲାର ଅର୍ଥନୀତି ସ୍ବପ୍ନ? କାରଣ 2018 ବିଶ୍ବବ୍ୟାଙ୍କ ତାଲିକା ଅନୁସାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମରେ ପହଞ୍ଚିଛି । ଏଥିସହ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରର ମାନ୍ୟତା ମଧ୍ୟ ହରାଇଛି।
2018 ସୁଦ୍ଧା ବ୍ରିଟେନ ଓ ଫ୍ରାନ୍ସକୁ ପଛରେ ପକାଇ ବିଶ୍ବ ଅର୍ଥନୀତିରେ ଭାରତ ୫ମ ସ୍ଥାନରେ ରହିବେ। ଏଇ ରିପୋର୍ଟ ଆଧାରରେ ଭାରତୀୟଙ୍କ ମନରେ ଯେଉଁ ନୂଆ ଆଶାର କିରଣ ଦେଖାଦେଇଥିଲା ସେସବୁ ଅଧାରେ ରହିଯାଇଛି । ପଞ୍ଚମ ନୁହେଁ ବରଂ ଗୋଟି ପାହଚ ଖସି ସପ୍ତମରେ ଆଜି ଭାରତ । ଆର୍ଥିକ ମାନ୍ଦାବସ୍ଥା ପ୍ରଭାବ ଯୋଗୁଁ ଦେଶର ମୋଟ ଘରୋଇ ଉତ୍ପାଦ କ୍ରମଶଃ ହ୍ରାସ ପାଇଛି । ଯାହାର ପ୍ରଭାବରେ ଦେଶ ମେରୁଦଣ୍ଡ ଋଗଣ ହେବା ଉପରେ । ଏପଟେ ଏହି ଅଭିବୃଦ୍ଧି ତାଲିକାରେ ବ୍ରିଟେନ ପଞ୍ଚମ ଓ ଫ୍ରାନ୍ସ ଷଷ୍ଠ ସ୍ଥାନରେ ପହଞ୍ଚିଛି । ଯେତେବେଳେକି 2017ରେ ଭାରତ ଫ୍ରାନ୍ସକୁ ପଛରେ ପକାଇ ଷଷ୍ଠ ଅର୍ଥନୀତିର ମାନ୍ୟତା ପାଇଥିଲା ।