ନୂଆଦିଲ୍ଲୀ: ଦେଶରେ ଲଗାତାର 4ର୍ଥ ମାସ ଧରି ରପ୍ତାନୀ ହ୍ରାସ ହୋଇଛି । ଜୁନ ମାସରେ ରପ୍ତାନୀ 12.41 ପ୍ରତିଶତ ଖସି 21.91 ଅରବ ଡଲାର ରହିଛି । ସେହିଭଳି ଜୁନରେ ଆମଦାନୀ ମଧ୍ୟ 47.59 ପ୍ରତିଶତ ହ୍ରାସ ହୋଇ 21.11 ଅରବ ଡଲାର ରହିଛି । ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏନେଇ ରିପୋର୍ଟ ଜାରି କରାଯାଇଛି ।
ଫଳରେ ଜୁନରେ ବାଣିଜ୍ୟ ସରପ୍ଲସ 79 କୋଟି ଡଲାର ରହିଥିବା ରିପୋର୍ଟରୁ ଜଣାପଡିଛି । ଗତ 18 ବର୍ଷରେ ପ୍ରଥମ ଥର ପାଇଁ ଭାରତରେ ଟ୍ରେଡ ସରପ୍ଲସ ସ୍ଥିତି ଉପୁଜିଛି । ଏହା ପୂର୍ବୂରୁ 2002 ମସିହା ଜାନୁଆରୀ ମାସରେ 1 କୋଟି ଡଲାରର ଟ୍ରେଡ ସରପ୍ଲସ ଦେଖାଦେଇଥିଲା ।