ଓଡିଶା

odisha

By

Published : Jun 13, 2020, 9:12 PM IST

ETV Bharat / business

ଘରୋଇ କମ୍ପାନୀଙ୍କୁ ମିଳିବ ବୁଷ୍ଟର, ଟାୟାର ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

ଦେଶରେ ରହିଥିବା ଘରୋଇ କମ୍ପାନୀକୁ ପ୍ରୋତ୍ସାହନ ଓ ସ୍ବଦେଶ ଦ୍ରବ୍ୟର ବ୍ୟବହାରକୁ ବୃଦ୍ଧି ପାଇଁ ସରକାର ଟାୟାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅଧିକ ପଢନ୍ତୁ,

India restricts imports of tyres to boost domestic companies
ଟାୟାର ଆମଦାନୀ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଘରୋଇ କମ୍ପାନୀଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର କାର, ବସ, ମୋଟର ସାଇକେଲରେ ବ୍ୟବହୃତ ଟାୟାର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏପରିକି ସୀମା ଶୁଳ୍କ ଦେବା ପରେ ମଧ୍ୟ ଅନ୍ୟ ଦେଶରୁ ମୁକ୍ତ ଭାବେ ଆମଦାନୀ ପାଇଁ ଅନୁମତି ମିଳିବ ନାହିଁ ।

ଏବେ ସମସ୍ତ ବର୍ଗର ଟାୟର୍ସ ଆଦାମୀ ଉପରେ କଟକଣା ଲଗାଯାଇଛି । ଯଦି ଅଣାଯାଏ ତେବ ଅନୁମତି ଆବଶ୍ୟକ ରହିଛି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଦ୍ବାରା pneumatic ଟାୟର ଆମଦାନୀ ନୀତିରେ ସଂଶୋଧିତ କରି ଏହି ନିୟମକୁ ସୂଚିତ କରାଯାଇଛି ।

ପ୍ରତିବନ୍ଧକ ଅନ୍ତର୍ଗତ ଯେକୌଣସି ଦ୍ରବ୍ୟ ଆମଦାନୀ ପାଇଁ ଆମଦାନୀକାରୀ DGFT ରୁ ଲାଇସେନ୍ସ କିମ୍ବା ଅନୁମତି ନେବାକୁ ହେବ । ଏହି ସବୁ ପ୍ରକ୍ରିୟା ଏବଂ ଅନୁମତିଗୁଡିକ ଦେଖିବାକୁ ଗଲେ ଏହି ପଦକ୍ଷେପଗୁଡିକ ଆମଦାନୀକୁ ପ୍ରତ୍ୟାଖ୍ୟାନ କରିବାକୁ ପ୍ରଭାବ ପକାଇବ । ତେବେ ନୂଆ ନୀତି ପୂର୍ବରୁ ବିନା କୌଣସି ପ୍ରତିବନ୍ଧକରେ ଟାୟାର ଆମଦାନୀ ହେଉଥିଲା । ଦୀର୍ଘ ଦିନ ଧରି ଭାରତୀୟ ଟାୟାର ନିର୍ମାତା ଚୀନ ଓ ଅନ୍ୟ ସ୍ଥାନରୁ ଆମଦାନୀ ଉପରେ ପ୍ରକିବନ୍ଧକ ଲଗାଇବାକୁ ଦାବି କରି ଆସୁଥିଲେ ।

ABOUT THE AUTHOR

...view details