ନୂଆଦିଲ୍ଲୀ: ବୈଶ୍ବିକ ମହାମାରୀ କୋରୋନା ସଙ୍କଟ ସତ୍ତ୍ବେ ବି ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଛି ଭାରତ । 2020-21 ଆର୍ଥିକ ବର୍ଷ ମଧ୍ୟରେ ଦେଶର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫଡିଆଇ) 19 ପ୍ରତିଶତ ବୃଦ୍ଧି ହୋଇ 59.64 ବିଲିୟନ ଡଲାର ରହିଛି । ସୋମବାର ପ୍ରକାଶିତ ସଦ୍ୟ ରିପୋର୍ଟରେ ଏ ନେଇ ପ୍ରକାଶ ହୋଇଛି ।
ଉଦ୍ୟୋଗ ମନ୍ତ୍ରାଳୟ ସୋମବାର କହିଛି କି, ସରକାରଙ୍କ ଦ୍ବାରା ନୀତିଗତ ସୁଧାର , ନିବେଶ ସୁବିଧା ଓ ବ୍ୟାପକ କରିବାରେ ସହଜ , ବାଣିଜ୍ୟ କ୍ଷେତ୍ରରେ କରାଯାଇଥିବା ସୁଧାର କାରଣରୁ ଏଫଡିଆଇ ବୃଦ୍ଧି ହୋଇଛି ।
ଇକ୍ୟୁଟି ପୁଣି ନିବେଶ କରାଯାଇଥିବା ଆୟ ଓ ପୁଞ୍ଜି ସମେତ ମୋଟ ଏଫଡିଆଇ 2019-20 ରେ 74.39 ବିଲିୟନ ଆମେରକୀୟ ଡଲାରୁ 10 ପ୍ରତିଶତ ବଢିଛି । ଫଳରେ 2020-21 ରେ ଏହା 81.72 ଆମେରକୀୟ ଡଲାରର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି , 2019-20 ମଧ୍ୟରେ 49.98 ବିଲିୟନ ଡଲାର ତୁଳନାରେ 19 ପ୍ରତିଶତ ବଢି 2020-21ରେ 59.64 ଡଲାର ରହିଛି ।
ଶୀର୍ଷ ନିବେଶକ ଦେଶରେ ତାଲିକାରେ ସିଙ୍ଗାପୁର 29 ପ୍ରତିଶତ ଯୋଗଦାନ ସହ ନମ୍ବର ୱାନରେ ରହିଛି । ଏହା ପରେ ଗତ ଆର୍ଥିକ ବର୍ଷରେ ଆମେରିକା (23 ପ୍ରତିଶତ) ଓ ମରିସସ (9 ପ୍ରତିଶତ) ସ୍ଥାନରେ ରହିଛି ।
ରିପୋର୍ଟରେ ଆହୁରୀ ମଧ୍ୟ କୁହାଯାଇଛି କି, ‘ ଏଫଡିଆଇ ନୀତିରେ ସୁଧାର, ନିବେଶ ସୁଗମତା ଓ ଅନୁକୂଳ କାରବାର କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଦେଶରେ ଏଫଡିଆଇ ପ୍ରବାହକୁ ବଢାଇଛି । ବୈଶ୍ବିକ ନିବେଶକମାନଙ୍କ ମଧ୍ୟରେ ଏକ ପସନ୍ଦିତ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଭାରତର ସ୍ଥିତିକୁ ସମର୍ଥନ ମିଳିଛି । କମ୍ପୁଟର ସଫ୍ଟୱେର ଓ ହାର୍ଡୱେୟର କ୍ଷେତ୍ରରେ ମୋଟ ଏଫଡିଆଇ ଇକ୍ୟୁଟି ପ୍ରବାହ ପ୍ରାୟ 44 ପ୍ରତିଶତ ଅଂଶ ସହ ସର୍ବୋଚ୍ଚ ପ୍ରବାହକୁ ଆକର୍ଷିତ କରିଛି । ଏହା ପରେ କ୍ରମଶଃ ନିର୍ମାଣ (ଭିତ୍ତିଭୂମି ସଂରଞ୍ଚନା) ଗତିବିଧି (13 ପ୍ରତିଶତ) ଆଉ ସେବା କ୍ଷେତ୍ର (8 ପ୍ରତିଶତ) ର ସ୍ଥାନରେ ରହିଛି ।