ନୂଆଦିଲ୍ଲୀ: ଭାରତ ଏବଂ ମରିସସ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଏହା ଅଧିନରେ କୃଷି, କପଡା ଇଲୋକ୍ଟ୍ରନିକ୍ସ ଓ ଅନ୍ୟ କ୍ଷେତ୍ରର 300ରୁ ଅଧିକ ଘରୋଇ ସାମଗ୍ରୀ ମରିସସରେ ରିହାତି ସୀମା ଶୁଳ୍କରେ ବଜାର ପ୍ରବେଶ ହୋଇପାରିବ । ମଙ୍ଗଳବାର ଏକ ସରକାରୀ ବିବୃତ୍ତିରେ ଏ ନେଇ ସୂଚନା ଦିଆଯାଇଛି ।
ଇଣ୍ଡୋ-ମରିସସ ମୁକ୍ତ ବ୍ୟାପର ଚୁକ୍ତି, ଏସବୁ ସାମଗ୍ରୀ ହେବ ଶସ୍ତା - ଭାରତ ଓ ମରିସସ ଚୁକ୍ତି
ଇଣ୍ଡୋ-ମରିସସ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ଏବଂ ସହଭାଗିତା ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହା ଅଧିନରେ ମରିସସର ପ୍ରାୟ 615 ବସ୍ତୁ ଓ ଉତ୍ପାଦ ଆମଦାନୀ ଉପରେ ଭାରତରେ ଶୁଳ୍କ କମ କିମ୍ବା ଆଦୌ ଲାଗିବ ନାହିଁ । ଅଧିକ ପଢନ୍ତୁ..

ବାଣିଜ୍ୟ ମନ୍ତ୍ରାଳୟ ଏକ ବିବୃତ୍ତି ଅନୁସାରେ ସୋମବାର ପୋର୍ଟ ଲୁଇସରେ ବାଣିଜ୍ୟ ସଚିବ ଅନୁପ ୱାଧୱାନ ଏବଂ ମରିସସ୍ ଆଞ୍ଚଳିକ ଏକୀକରଣ ତଥା ଆନ୍ତର୍ଜାତୀୟ ବାଣିଜ୍ୟ ସଚିବ (ବୈଦେଶିକ ବ୍ୟାପାର) ରାଜଦୁତ ହେମଣ୍ଡୋୟଲ ଡିଲମ ଦ୍ବାରା ଇଣ୍ଡୋ-ମରିସସ ବ୍ୟାପକ ଅର୍ଥନୈତିକ ସହଯୋଗ ଏବଂ ସହଭାଗିତା ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।
ଏହି ଚୁକ୍ତିରେ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଓ ଭାପତର ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉପସ୍ଥିତିରେ ହସ୍ତାକ୍ଷର କରାଯାଇଛି । ମନ୍ତ୍ରାଳୟ କହିଛି କି ଏହା ଆଫ୍ରିକାରରେ କୌଣସି ଦେଶର ସହ ଭାରତର ପ୍ରଥମ ଏଭଳି ଚୁକ୍ତି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଫେବୃଆରୀ 17 କୁ ଏହି ଚୁକ୍ତିନାମା ସ୍ବାକ୍ଷରିତ ପାଇଁ ମଞ୍ଜୁରୀ ଦେଇଥିଲେ । ଏହା ଅଧିନରେ ମରିସସର 615 ଭଳି ବସ୍ତୁ ଓ ଉତ୍ପାଦ ଆମଦାନୀ ଉପରେ ଭାରତରେ ଶୁଳ୍କ କମ କିମ୍ବା ଆଦୌ ଲାଗିବ ନାହିଁ । ଏଥିମଧ୍ୟରେ ଫ୍ରୋଜନ ମାଛ, ବିୟର, ମଦ, ସାବୁନ୍, ବ୍ୟାଗ, ଡାକ୍ତରୀ ଏବଂ ସର୍ଜିକାଲ୍ ଉପକରଣ ଏବଂ ପୋଷାକ ଅନ୍ତର୍ଭୁକ୍ତ । 2019-20 ରେ, ଭାରତ ଏବଂ ମରିସସ୍ ମଧ୍ୟରେ 69 କୋଟି ଡଲାରର ବାଣିଜ୍ୟ ହୋଇଥିଲା ଏବଂ ଭାରତର ରପ୍ତାନୀ ଅଧିକ ଥିଲା | ଗୋଟିଏ ବର୍ଷ ପୂର୍ବରୁ ଏହି ବାଣିଜ୍ୟର ମୂଲ୍ୟ 1.2 ଅରବ ଡଲାର ଥିଲା ।