ଓଡିଶା

odisha

ETV Bharat / business

ଲକଡାଉନ ପ୍ରଭାବ: ଦୈନିକ 35 ହଜାର କୋଟି କ୍ଷତି ସହୁଛି ଭାରତ

ଦେଶବ୍ୟାପି ତାଲାବନ୍ଦ ଏପ୍ରିଲ 15ରେ ଶେଷ ହେବ । ହେଲେ ଏହି ମହାମାରୀର ସଂକ୍ରମଣ ଦ୍ବାରା ଆର୍ଥିକ ଗତିବିଧି ଦୀର୍ଘ ସମୟ ଧରି ପ୍ରଭାବିତ ହେବା ନେଇ ବିପଦ ରହିଛି ।

India loses Rs 35,000 crore every day due to lockdown
ଲକଡାଉନ : ଦୈନିକ 35 ହଜାର କୋଟି କ୍ଷତି ସହୁଛି ଅର୍ଥନୀତି

By

Published : Apr 2, 2020, 9:46 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରକୋପରେ ଶୋଚନୀୟ ଅର୍ଥବ୍ୟବସ୍ଥା । ଦେଶବ୍ୟାପି ଲକଡାଉନ ଯୋଗୁଁ ଉଡାଣ, ପରିବହନ ସମେତ ସମସ୍ତ ସାଧାରଣ ଜୀବନଯାପନ ସମ୍ପୁର୍ଣ୍ଣ ଠପ । ଫଳରେ ରୋଗାଗ୍ରସ୍ତ ରାଜକୋଷ ଏବଂ ଦୁର୍ବଳ ହେଲାଣି ଦେଶର ମେରୁଦଣ୍ଡ ।

ବର୍ତ୍ତମାନର ସଙ୍କଟ ସମୟରେ ଦୈନିକ ପାଖାପାଖି 4.64 ଅରବ ଡଲାର (35 ହଜାର କୋଟି) କ୍ଷତି ସହିବାକୁ ପଡୁଛି । ଏଭଳି ଭାବେ ପୂରା 21 ଦିନରେ ଜିଡିପି(ମୋଟ ଘରୋଇ ଉତ୍ପାଦ)ର 98 ଅରବ ଡଲାର କ୍ଷତି ହେବ । ରେଟିଙ୍ଗ ଏଜେନ୍ସି ଏକ୍ୟୁଟ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ ଗୁରୁବାର ଏ ନେଇ ଆକଳନ କରିଛି ।

କୋରୋନା ଭାଇରସ ତୀବ୍ର ଗତିରେ କାୟା ବିସ୍ତାର କରୁଥିବାରୁ ବୈଶ୍ବିକ ଅର୍ଥବ୍ୟବସ୍ଥା ପ୍ରଭାବିତ ହେଉଛି । ଏହି କାରଣରୁ ଭାରତରେ ମାର୍ଚ୍ଚରେ ଆରମ୍ଭରୁ ବନ୍ଦ ସ୍ଥିତି ଦେଖାଦେଇଥିଲା । ଯାହାକି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ମାର୍ଚ୍ଚ 25ରୁ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ।

ଏଜେନ୍ସି ନିଜ ବିବୃତ୍ତିରେ କହିଛି ଯେ, ‘ଦେଶବ୍ୟାପି ବନ୍ଦ ଏପ୍ରିଲ 15ରେ ଶେଷ ହେବ । ହେଲେ ଏହି ମହାମାରୀର ସଂକ୍ରମଣ ଦ୍ବାରା ଆର୍ଥିକ ଗତିବିଧି ଦୀର୍ଘ ସମୟ ଧରି ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି ।

ବର୍ତ୍ତମାନର ସଙ୍କଟ ଯୋଗୁଁ ବୁଡିବା ସ୍ଥିତିରେ ବିଶ୍ବ ଅର୍ଥନୀତି । ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ପ୍ରଥମରୁ ହିଁ ବିଶ୍ବ ଅର୍ଥବ୍ୟବସ୍ଥା ମାନ୍ଦା ଆଡକୁ ପ୍ରବେଶ କରୁଛି ବୋଲି ଚେତାବନୀ ଦେଇସାରିଛି । ଏଜେନ୍ସି ମୁତାବକ, ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ ତ୍ରୈୟମାସରେ ଜିଡିପି ଅଭିବୃଦ୍ଧି ଦରରେ 5ରୁ 6 ପ୍ରତିଶତ ହ୍ରାସ ନେଇ ପୂର୍ବାନୁମାନ କରାଯାଉଛି । ସେହିପରି ଦ୍ବିତୀୟ ତ୍ରୈୟମାସ(ଜୁଲାଇ-ସେପ୍ଟେମ୍ବର)ରେ ଅଭିବୃଦ୍ଧି ହେଲେ ବି ତାହା ଆଖିଦୃଶିଆ ରହିବ ନାହିଁ ।

2020-21 ଆର୍ଥିକ ବର୍ଷ ଅଭିବୃଦ୍ଧି ଦର 2ରୁ 3 ପ୍ରତିଶତ ରହିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ABOUT THE AUTHOR

...view details