ନୂଆଦିଲ୍ଲୀ: 'ଇଜ ଅଫ ଡୁଇଙ୍ଗ ବିଜନେସ’ ତାଲିକାରେ ଉଛୁଳିଲା ଭାରତ । 14ଟି ସ୍ଥାନ ଉପରକୁ ଚଢି 63 ପହଞ୍ଚିଲା ଭାରତ । ବିଶ୍ବ ବ୍ୟାଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏହି ରିପୋର୍ଟରେ ଲଗାତାର 5 ଥର ଧରି ଭାରତ ଉପରକୁ ଉଠିଚାଲିଛି । 190 ଦେଶର ଏହି ତାଲିକାରେ ଗତ ବର୍ଷ ଭାରତ 77 ନମ୍ବରରେ ଥିଲା ।
ବ୍ୟବସାୟ ଅନୁକୂଳ କ୍ଷେତ୍ରରେ ଦ୍ରୁତ ଗତିରେ ସୁଧୁରୁଥିବା ଶ୍ରେଷ୍ଠ 10 ଦେଶ ମଧ୍ୟରେ ଭାରତ ଅଛି । ଗତ 5 ବର୍ଷ ଭିତରେ ଭାରତ ରାଙ୍କିଙ୍ଗ 79 ସ୍ଥାନରୁ ବଢି ଆଜି 63ରେ ପହଞ୍ଚିଛି ।