ଓଡିଶା

odisha

By

Published : Nov 26, 2020, 11:05 PM IST

ETV Bharat / business

‘ଶସ୍ତା ଉତ୍ପାଦନରେ ଚୀନକୁ ପଛରେ ପକାଇପାରିବ ଭାରତ’

କମ ଖର୍ଚ୍ଚରେ ମ୍ୟାନୁଫେକ୍ଚରିଂ କରିପାରିବ ଭାରତ । ଏଥିସହ ମ୍ୟାନୁଫେକ୍ଚରିରେ ଆଗୁଆ ରହୁଥିବା ଚୀନକୁ ମଧ୍ୟ ଦେଇପାରିବ ମାତ । ଏନେଇ ମାରୁତି ସୁଜୁକିର ଚେୟାରମ୍ୟାନ ଦେଇଥଛନ୍ତି ଦୃଢୋକ୍ତି । ଅଧିକ ପଢନ୍ତୁ..

‘ଶସ୍ତା  ମ୍ୟାନୁଫ୍ୟାକ୍ଚରିଂ ରେ  ଚୀନକୁ ପଛରେ ପକାଇପାରିବ ଭାରତ ’
‘ଶସ୍ତା ମ୍ୟାନୁଫ୍ୟାକ୍ଚରିଂ ରେ ଚୀନକୁ ପଛରେ ପକାଇପାରିବ ଭାରତ ’

ନୂଆଦିଲ୍ଲୀ: ଯଦି ଉଦ୍ୟୋଗ ଓ ସରକାରଙ୍କ ସହ ମିଶି କାମ କରାଯାଏ ତେବେ ଭାରତ କମ ଖର୍ଚ୍ଚରେ ଉତ୍ପାଦନରେ ଚୀନକୁ ପଛରେ ପକାଇପାରିବ । ମାରୁତି ସୁଜୁକି ଇଣ୍ଡିଆର ଚେୟାରମ୍ୟାନ ଆରସି ଭାର୍ଗବ ଏହା କହିଛନ୍ତି ।

ଅଲ୍ ଇଣ୍ଡିଆ ମ୍ୟାନେଜମେଂଟ ଆସୋସିଏସନ୍ (ଏଆଇଏମଏ)ର ଏକ ଅନଲାଇନ କାର୍ଯ୍ୟକ୍ରମରେ ଯୋ ଦେଇ ଭାର୍ଗବ ଭାରତୀୟ ବିନିର୍ମାଣ ସେକ୍ଟକୁ ବୈଶ୍ବିକ ସ୍ତରରେ ପ୍ରତିସ୍ପର୍ଦ୍ଧା କରିବା ପାଇଁ ନିଜ ବିଚାର ରଖିଛନ୍ତି । ସେ କହିଛନ୍ତି ଯେ, ‘‘ଯଦି ସରକାର ଓ ଉଦ୍ୟୋଗ ସହ କାମ କରେ ତେବେ ଭାରତ ପାଖରେ ଚୀନରୁ ଅଧିକ ଶସ୍ତାରେ ବିନିର୍ମାଣ କରିବାର କ୍ଷମତା ରହିଛି ।’’

ଏଣୁ ସରକାରଙ୍କ ପଲିସିର ମୂଳ ଉଦ୍ଦେଶ୍ୟ ଭାରତୀୟ ଉଦ୍ୟୋଗ ମଧ୍ୟରେ ପ୍ରତିସ୍ପର୍ଦ୍ଧା ବଢାଇବା ହେବା ଆବଶ୍ୟକ । ଏହା ଦ୍ବାରା ଭାରତ ଦୁନିଆରେ ସର୍ବଶ୍ରେଷ୍ଠ ଗୁଣବତ୍ତା ରଖୁଥିବା ଉତ୍ପାଦ ଶସ୍ତାରେ ତିଆରି କରିପାରିବ । ଉଦ୍ୟୋଗ ଯେତେ ବିକ୍ରି କରିବ, ଅର୍ଥବ୍ୟବସ୍ଥାରେ ସେତେ ପରିମାଣରେ ରୋଜଗାର ସୃଷ୍ଟି ହେବ ବୋଲି ଭାର୍ଗବ କହିଛନ୍ତି ।

ପୂରା ଅର୍ଥବ୍ୟବସ୍ଥାର ବୃଦ୍ଧି ପାଇଁ ସମସ୍ତ କ୍ଷେତ୍ରରେ ରୋଜଗାର ସୁଯୋଗ ସୃଷ୍ଟି ଗୁରୁତ୍ବପୂର୍ଣ୍ଣ । ତେବେ ସେ ବିନିର୍ମାଣରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସଂରକ୍ଷିତ ରଖିବା ପାଇଁ ରାଜ୍ୟର ଆଲୋଚନା କରିଛନ୍ତି । ସେ କହିଛନ୍ତି କି ଏହା ଏକ ଅଣ-ପ୍ରତିସ୍ପର୍ଦ୍ଧା ପଦକ୍ଷେପ । ଦେଶରେ ଏମଏସଏମଇକୁ ମଧ୍ୟରେ ବୈଶ୍ବିକ ସ୍ତରରେ ପ୍ରତିଯୋଗୀତା ଆଣିବା ଆବଶ୍ୟକ ଯେତେବେ ବଡ କମ୍ପାନୀ ଆଣୁଛନ୍ତି । କାରଣ ସମଗ୍ର ଯୋଗାଣ ଶୃଙ୍ଖଳା ସମଗ୍ର ପ୍ରତିଦ୍ବନ୍ଦିତାକୁ ପ୍ରତିପାଦିତ କରେ | ସେ କହିଛନ୍ତି ଯେ କମ୍ପାନୀର ପ୍ରମୋଟର ଏବଂ ପରିଚାଳକମାନେ ଅନ୍ୟ କର୍ମଚାରୀ ଏବଂ ସହକର୍ମୀଙ୍କ ପରି ଶ୍ରମିକଙ୍କୁ ସମାନ ସମ୍ମାନ ନ ଦେଲେ ଶିଳ୍ପଗୁଡିକ ପ୍ରତିଯୋଗୀତା ହୋଇପାରିବ ନାହିଁ ।

ABOUT THE AUTHOR

...view details