ଓଡିଶା

odisha

By

Published : Sep 30, 2020, 9:19 PM IST

ETV Bharat / business

‘ଭାରତ ଅର୍ଥବ୍ୟବସ୍ଥାର ଖରାପ ପ୍ରଦର୍ଶନ, ଆର୍ଥିକ ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ’

ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଏକ ଅନଲାଇନ କାର୍ଯ୍ୟକ୍ରମରେ କହିଛନ୍ତି କି ଦେଶର ଆର୍ଥିକ ବୃଦ୍ଧି ହାର କୋଭିଡ-19 ମହାମାରୀ ସଙ୍କଟ ପୂର୍ବରୁ ହିଁ ଧୀମା ପଡିଯାଇଛି । ଅଧିକ ପଢନ୍ତୁ..

‘ଭାରତ ଅର୍ଥବ୍ୟବସ୍ଥାର ଖରାପ ପ୍ରଦର୍ଶନ ,  ଆର୍ଥିକ ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ’
‘ଭାରତ ଅର୍ଥବ୍ୟବସ୍ଥାର ଖରାପ ପ୍ରଦର୍ଶନ , ଆର୍ଥିକ ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ’

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥା ଦୁନିଆରେ ସବୁଠୁ ଖରାପ ପ୍ରଦର୍ଶନ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ । ଆଉ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଘୋଷିତ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ପର୍ଯ୍ୟାପ୍ତ ନୁହେଁ । ଏ ନେଇ ମତ ରଖିଛନ୍ତି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ।

ତେବେ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଆର୍ଥିକ ବୃଦ୍ଧି ହାରରେ ସୁଧାର ଦେଖିବାକୁ ମିଳିବ ବୋଲି ବାନାର୍ଜୀ କହିଛନ୍ତି । ପ୍ରଖ୍ୟାତ ଅର୍ଥନୀତିଜ୍ଞ ଏକ ଅନଲାଇନ କାର୍ଯ୍ୟକ୍ରମରେ କହିଛନ୍ତି କି ଦେଶର ଆର୍ଥିକ ବୃଦ୍ଧି ହାର କୋଭିଡ-19 ମହାମାରୀ ସଙ୍କଟ ପୂର୍ବରୁ ହିଁ ଧୀମା ପଡିଯାଇଛି । ବାସ୍ତବିକ ଜିଡିପି ବୃଦ୍ଧି ଦର 2017-19ରେ 7 ପ୍ରତିଶତରୁ କମ ହୋଇ 2018-19ରେ 6.1 ପ୍ରତିଶତକୁ ଖସିଛି । ସେପଟେ 2019-20ରେ ଏହା ଖସି 4.2 ପ୍ରତିଶତ ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି କି , ‘‘ ଭାରତୀୟ ଅର୍ଥବ୍ୟବସ୍ଥା ଦୁନିଆର ସବୁଠୁ ଖରାପ ପ୍ରଦର୍ଶନ କରୁଥିବା ଅର୍ଥବ୍ୟବସ୍ଥାରେ ମଧ୍ୟରୁ ଗୋଟିଏ । ଦେଶର ଅର୍ଥବ୍ୟବସ୍ଥା ରେ ଚଳିତ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ପୁନରୁଦ୍ଧାର ଦେଖିବାକୁ ମିଳିବ । 2021 ରେ ଆର୍ଥିକ ଅଭିବୃଦ୍ଧି ହାର ଚଳିତ ବର୍ଷ ଅପେକ୍ଷା ଭଲ ରହିବ ।

ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଅର୍ଥନୀତି ରେକର୍ଡ 23.9 ପ୍ରତିଶତ ହ୍ରାସ ପାଇଛି । ଚଳିତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାରରେ ହ୍ରାସ ଘଟିବ ବୋଲି ଅନେକ ଏଜେନ୍ସି ଏବଂ ଅନୁଷ୍ଠାନ ପୂର୍ବାନୁମାନ କରିଛନ୍ତି ।

ବାନାର୍ଜୀ କହିଛନ୍ତି ଯେ ସରକାରଙ୍କ ପ୍ରୋତ୍ସାହନ ପ୍ୟାକେଜ ଦ୍ବାରା ସ୍ବଳ୍ପ ଆୟବର୍ଗଙ୍କ ଉପଯୋଗୀତା ଖର୍ଚ୍ଚରେ ବୃଦ୍ଧି ହୋଇନାହିଁ । ସରକାର ଏମାନଙ୍କ ହାତରେ ଟଙ୍କା ଦେବାକୁ ଇଚ୍ଛୁକ ନଥିଲେ ।

ମେ ମାସରେ ସରକାର 20.97 କୋଟି ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ଆରବିଆଇର ନଗଦ ସହାୟତା ଅନ୍ତର୍ଭୁକ୍ତ ଥିଲା ।

ABOUT THE AUTHOR

...view details