ଓଡିଶା

odisha

ETV Bharat / business

ମେ’ରେ ଧରାଶାୟୀ ହୋଲସେଲ ମୁଲ୍ୟ ସୂଚକାଙ୍କ, ହେଲେ ବଢିଛି ଖାଦ୍ୟସାମଗ୍ରୀ ଦାମ

ଲକଡାଉନ ପ୍ରଭାବ । ହୋଲସେଲ ମୁଦ୍ରାସ୍ପୀତି ହାର 3.21 ପ୍ରତିଶତ ହ୍ରାସ ପାଇଛି । ସମ୍ପୁର୍ଣ୍ଣ ଗଣନା ହୋଇପାରିନଥିବାରୁ ମନ୍ତ୍ରାଳୟ ଆଶିଂକ ରିପୋର୍ଟ ପ୍ରକାଶ କରିଛି । ଅଧିକ ପଢନ୍ତୁ..

Index Numbers of Wholesale Price in India for the month of May, 2020
ମେ’ରେ ଧରାଶାୟୀ ହୋଲସେଲ ମୁଲ୍ୟ ସୂଚକାଙ୍କ

By

Published : Jun 16, 2020, 8:26 PM IST

ନୂଆଦିଲ୍ଲୀ: ଇନ୍ଧନ ଓ ବିଦ୍ୟୁତ ଦାମ ହ୍ରାସ ଯୋଗୁଁ ମେ ମାସରେ ହୋଲସେଲ ମୂଲ୍ୟ ଉପରେ ଆଧାରିତ ମୁଦ୍ରାସ୍ପୀତିରେ 3.21 ପ୍ରତିଶତ ହ୍ରାସ ହୋଇଛି । ତେବେ ଏହି ସମୟରେ ଖାଦ୍ୟ ସାମଗ୍ରୀ ଦାମରେ ବୃଦ୍ଧି ଦେଖିବାକୁ ମିଳିଛି ।

ସୋମବାର ଜାରି ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରାଳୟର ରିପୋର୍ଟ ମୁତାବକ ମାସିକ ହୋଲସେଲ ମୁଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ଆଧାରିତ ମୁଦ୍ରାସ୍ପୀତିର ବାର୍ଷିକ ଦର 2020 ମେ ମାସରେ 3.21(ଅସ୍ଥାୟୀ ତଥ୍ୟ) ନକରାତ୍ମକ ରହିଛି । ଯାହାକି 1 ବର୍ଷ ପୂର୍ବେ ଏହି ମାସ ମଧ୍ୟରେ 2.79 ପ୍ରତିଶତ ବଢିଥିଲା ।

ମେ ମାସରେ ଖାଦ୍ୟ ପଦାର୍ଥର ମୁଦ୍ରାସ୍ପୀତି 1.13 ପ୍ରତିଶତ ଥିଲା । 1 ମାସ ପୂର୍ବରୁ ଅର୍ଥାତ ଏପ୍ରିଲରେ ଏହା 2.55 ପ୍ରତିଶତ ଥିଲା ସେହିପରି ଇନ୍ଧନ ଓ ବିଦ୍ୟୁତ ମେ’ ରେ 19.83 ପ୍ରତିଶତ ଅବସ୍ପୀତି(ଦର ହ୍ରାସ) ରହିଛି । ଯାହାକି ଏପ୍ରିଲରେ 10.12 ପ୍ରତିଶତ ହ୍ରାସ ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ବିନିର୍ମାଣ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟରେ ମେ ମାସରେ 0.42 ପ୍ରତିଶତ ହ୍ରାସ ହୋଇଛି ।

ମୁଦ୍ରାସ୍ପୀତିର ବିପରୀତ ସ୍ଥିତିକୁ ଅବସ୍ପୀତି କୁହାଯାଏ । ଏଥିରେ ମୁଦ୍ରାର ମୁଲ୍ୟ ବଢିଥାଏ । ଅର୍ଥାତ ଦରଦାମ ହ୍ରାସ ହୋଇଥାଏ । ପ୍ରତି ସପ୍ତାହରେ ମୁଦ୍ରାସ୍ପୀତି ତଥ୍ୟ ସଂଗ୍ରହ କରି ମାସିକ ଆଧାରରେ ଏହି ରିପୋର୍ଟ ପ୍ରକାଶ କରାଯାଏ ।

2020 ମାର୍ଚ୍ଚ 25ରୁ ଦେଶବ୍ୟାପି ଜାରି ଲକଡାଉନ ଯୋଗୁଁ ରିପୋର୍ଟ ଆକଳନ ଉପରେ ପ୍ରଭାବ ପଡିଛି । ଏପ୍ରିଲରେ ମଧ୍ୟ ହୋଲସେଲ ମୁଲ୍ୟ ସୂଚକାଙ୍କ ସଙ୍କୁଚିତ ତଥ୍ୟ ଜାରି କରିଥିଲା ବାଣିଜ୍ୟ ମନ୍ତ୍ରାଳୟ । ମେ ମାସରେ ମଧ୍ୟ କେବଳ ଖାଦ୍ୟପଦର୍ଥ , ପ୍ରାଥମିକ ବସ୍ତୁ ଓ ଇନ୍ଧନ ଏବଂ ବିଦ୍ୟୁତ ଆଦି ତଥ୍ୟ ଜାରି କରାଯାଇଛି ।

ABOUT THE AUTHOR

...view details