ନୂଆଦିଲ୍ଲୀ: ଏଣିକି ଆୟକର ରିଫଣ୍ଡ ପାଇଁ କରଦାତାଙ୍କୁ କରିବାକୁ ପଡିବ ନାହିଁ ଲମ୍ବା ସମୟ ଧରି ଅପେକ୍ଷା । ସୋମବାର ଅର୍ଥମନ୍ତ୍ରାଳୟ ଆୟକର ବିଭାଗର ନୂଆ ଇ-ଫାଇଲିଂ ପୋର୍ଟାଲ ଲଞ୍ଚ କରିବ ।
ଯାହା ଫଳରେ ITR ପେମେଣ୍ଟ ବେଳେ ଟିକସଦାତାଙ୍କୁ ସ୍ବଚ୍ଛ ଓ ନୀରବିଚ୍ଛିନ୍ନ ଅଭିଜ୍ଞତା ମିଳିପାରିବ । ଏଥିସହ ଏଥିରେ ଅନେକ ଆହୁରୀ ଆଧୁନିକ ସୁବିଧା ଯୋଡାଯାଇଛି । ଆୟକର ବିଭାଗର କହିବା ଅନୁସାରେ ନୂଆ ପୋର୍ଟାଲ ଅଧିକ ୟୁଜର ଫ୍ରେଣ୍ଡଲି ଓ ଏଥିରେ ଅନେକ ନୂଆ ଫିଚର ଯୋଡାଯାଇଛି । ଏହା ଦ୍ବାରା ଆଇଟିଆର ରିଟର୍ଣ୍ଣ ଦାଖଲ ସହଜ ହେବ ଆଉ ରିଫଣ୍ଡ ଶୀଘ୍ର ମିଳିବ । ସମସ୍ତ ଟ୍ରାଞ୍ଜାକ୍ସନ , ଅପଲୋଡ ଓ ପେଣ୍ଡି ଆକ୍ସନ ଗୋଟିଏ ଡ୍ୟାସବୋର୍ଡରେ ଦେଖା ହେବ । ଫଳରେ ଉପଭୋକ୍ତା ତାକୁ ସମୀକ୍ଷା କରିପାରିବେ ଏବଂ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ଅର୍ଥାତ ଏହା ଦ୍ବାରା ଆଇଟିଆର ଫାଇଲ କରିବା, ତାକୁ ସମୀକ୍ଷା କରିବା ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହେବ ।