ଓଡିଶା

odisha

By

Published : May 17, 2020, 7:14 PM IST

ETV Bharat / business

’ଆତ୍ମନିର୍ଭର ଭାରତ’ର ଅନ୍ତିମ ଆବଣ୍ଟନ: ସ୍ବାସ୍ଥ୍ୟ ଠାରୁ କମ୍ପାନୀକୁ ବୁଷ୍ଟର ଡୋଜ

କୋରୋନାକୁ ହରାଇବ ଭାରତ । ଫେରିବ ଅଭିବୃଦ୍ଧି । ଆତ୍ମନିର୍ଭରଶୀଳ ହେବ ଦେଶ । ଏହି ଲକ୍ଷ୍ୟରେ 20 ଲକ୍ଷ କୋଟିର ରିଲିଫ ପ୍ୟାକେଜକୁ 5ଟି ରାଉଣ୍ଡରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଜାଣନ୍ତୁ ଆପଣଙ୍କ ପାଇଁ ଏହା କେତେ ଲାଭଦାୟକ ରହିଛି ...

In last tranche, Finance Minister focuses on health, education & industry
’ଆତ୍ମନିର୍ଭର ଭାରତ’ର ଅନ୍ତିମ ଆବଣ୍ଟନ: ସ୍ବାସ୍ଥ୍ୟ ଠାରୁ କମ୍ପାନୀକୁ ବୁଷ୍ଟର ଡୋଜ

ନୂଆଦିଲ୍ଲୀ: କୋରୋନାକୁ ହରାଇବ ଭାରତ । ଫେରିବ ଅଭିବୃଦ୍ଧି । । ଆତ୍ମନିର୍ଭରଶୀଳ ହେବ ଦେଶ । ଏହି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟିର ରିଲିଫ ପ୍ୟାକେଜର ଘୋଷଣା କରିଥିଲେ । ଆଉ ଏହାକୁ 5ଟି ରାଉଣ୍ଡରେ ସମ୍ପୂର୍ଣ୍ଣ ରୂପେ ଘୋଷଣା କରି ଅର୍ଥନୀତିକୁ ବଳ ଓ ଦେଶବାସୀଙ୍କୁ ବୁଷ୍ଟର ଡୋଜ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ପଞ୍ଚମ କିସ୍ତିରେ ଅର୍ଥମନ୍ତ୍ରୀ ସମ୍ପୁର୍ଣ୍ଣ ପ୍ୟାକେଜର ରୋଡମ୍ୟାପ ରଖିବା ସହ ଦେଶକୁ ସୁସ୍ଥ ଓ ଅର୍ଥନୀତିକୁ ସୁଦୃଢ ରଖୁଥିବା ସେକ୍ଟର ନେଇ ରୋଡମ୍ୟାପ ଉପସ୍ଥାପନ କରିଛନ୍ତି ।

ପଞ୍ଚମ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ଗ୍ରାମାଞ୍ଚଳରେ ରୋଜଗାର ସୁଯୋଗ ଠାରୁ ସ୍ବାସ୍ଥ୍ୟକୁ ସୁସ୍ଥ ଓ ଶିକ୍ଷାକୁ ଡିଜିଟାଲାଇଜ ଓ ଉଦ୍ୟୋଗକୁ ନୂଆ ରୂପ ସହ କ୍ଷୁଦ୍ର ବ୍ୟବସାୟୀଙ୍କୁ ମନୋବଳ ବଢାଇବା ପାଇଁ ଆଣିଛନ୍ତି ମାଷ୍ଟରପ୍ଲାନ ।

ସଂକ୍ଷିପ୍ତରେ ଆଜିର ଘୋଷଣା

ସମସ୍ତ ସେକ୍ଟରରେ ନିବେଶ କରିପାରିବେ ଘରୋଇ କମ୍ପାନୀ, ଆସିବ ନୂଆ ପଲିସି ।

ବୁଡୁଥିବା କମ୍ପାନୀଙ୍କୁ ମିଳିବ ବୁଷ୍ଟର, ବର୍ଷରେ ଯାଏଁ ଦେବାଳିଆ ଘୋଷଣା ଉପରେ ଲାଗିବ ରୋକ ।

ଟେକ୍ନୋଲୋଜି ଜରିଆରେ ଶିକ୍ଷାକୁ ଗୁରୁତ୍ବ । ଶ୍ରେଷ୍ଠ 100 ବିଶ୍ବବିଦ୍ୟାଳକୁ ଅନଲାଇନ କୋର୍ଟ ପାଇଁ ମିଳିବ ଅନୁମତି । ଲାଗୁ ହେବ ୱାନ କ୍ଲାସ ୱାନ ଚ୍ୟାନେଲ ।

ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟିକୁ ଗୁରୁତ୍ବ । ମନରେଗା ପାଇଁ ଅତିରିକ୍ତ 40 ହଜାର କୋଟି ଟଙ୍କା ଆବଣ୍ଟନ ।

କୋରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ 15 ହଜାର କୋଟି ଘୋଷଣା । ପ୍ରତି ଜିଲ୍ଲା ବ୍ଲକରେ ହେବ ପରୀକ୍ଷା ଲ୍ୟାବ ।

ରାଜ୍ୟକୁ ଅତିରିକ୍ତ ସହଯୋଗ ଘୋଷଣା । ଜିଡିପିର 5 ପ୍ରତିଶତ ଋଣ ଉଠାଇବାକୁ ଅନୁମତି । ଫଳରେ ରାଜ୍ୟ ପାଖରେ ଅତିରିକ୍ତ 4.28 ଲକ୍ଷ କୋଟି ଟଙ୍କାର ଧନ ଉପଲବ୍ଧ ହେବ ।

ପିଏମ ଗରିବ କଲ୍ୟାଣ ଯୋଜନା - ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ମେ 6 ରେ 8.19 କୋଟି ପିଏମ କିଶାନ ହିତାଧିକାରୀଙ୍କୁ 2000 ଟଙ୍କାର କିସ୍ତି ମିଳିଛି । ଜନଧନ ଖାତାଧାରୀଙ୍କ 20 କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି ।

ଚତୁର୍ଥ ରାଉଣ୍ଡରେ କୋଇଲା, ଖଣିଜ ପଦାର୍ଥ ପ୍ରତିରକ୍ଷା ଉତ୍ପାଦନ, ବିମାନ ସେବା , ମହାକାଶ, ଆଣିବିକ ଶକ୍ତି, ବିଦ୍ୟୁତ କମ୍ପାନୀ, ସାମାଜିକ ଭିତ୍ତିଭୂମି ଆଦି ପ୍ରମୁଖ 8ଟି କ୍ଷେତ୍ରର ଢାଞ୍ଚାଗତ ସଂସ୍କାର ଅଣାଯାଇଛି ।

ପ୍ରଥମ , ଦ୍ବିତୀୟ ଓ ତୃତୀୟ ରାଉଣ୍ଡରେ ସରକାର 10.73 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଘୋଷଣା କରାଯାଇଥିବା ଯୋଜନା ମଧ୍ୟରେ କ୍ଷୁଦ୍ର ବ୍ୟବସାୟୀ, ଷ୍ଟ୍ରିଟ ଭେଣ୍ଡର, କୃଷକ, ଗରିବ, ପ୍ରବାସୀ ଶ୍ରମିକ ସହ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ(ଏନବିଏଫସି), କ୍ଷୁଦ୍ର ଆର୍ଥିକ ସଂସ୍ଥାନ(ଏମଏଫଆଇ) ଓ ବିଦ୍ୟୁତ ବିତରକଙ୍କୁ ରିଲିଫ ଦିଆଯାଇଛି ।

ABOUT THE AUTHOR

...view details