ଓଡିଶା

odisha

ETV Bharat / business

ମାର୍ଚ୍ଚରେ 32.44 କମିଲା ଖାଇବା ତେଲ ଆମଦାନି - imports of edible oils in india

ବିଦେଶ ବଜାରରୁ ବିଶୋଧିତ ପାମ ତେଲ କ୍ରୟ ଉପରେ ସରକାରଙ୍କ ପ୍ରତିବନ୍ଧକ ଯୋଗୁଁ ଆମଦାନି ହ୍ରାସ ପାଇଛି। ଅଧିକ ପଢନ୍ତୁ...

imports of edible oils in india decreased by 32.44 percent in march
ମାର୍ଚ୍ଚରେ 32.44 କମିଲା ଖାଇବା ତେଲ ଆମଦାନୀ

By

Published : Apr 6, 2020, 10:07 PM IST

ନୂଆଦିଲ୍ଲୀ: ଭାରତରେ ଖାଦ୍ୟ ତେଲ ଆମଦାନୀ ମାର୍ଚ୍ଚରେ 32.44 ପ୍ରତିଶତ ହ୍ରାସ ପାଇଛି । ଫଳରେ ଏହା 9 ଲକ୍ଷ 219 ଟନରେ ପହଞ୍ଚିଛି । ସାଲଭେଣ୍ଟ ଏକ୍ସଟ୍ରାଟର୍ସ ଆସୋସିଏସନ୍ (SEA) ସୋମବାର କହିଛି ଯେ, ବିଦେଶ ବଜାରରୁ ବିଶୋଧିତ ପାମ ତେଲ କ୍ରୟ ଉପରେ ସରକାରଙ୍କ ପ୍ରତିବନ୍ଧକ ଯୋଗୁଁ ଆମଦାନି ହ୍ରାସ ପାଇଛି ।

ଦୁନିଆର ବଡ ବନସ୍ପତି ତେଲ କ୍ରେତା ହେଉଛି ଭାରତ । ଗତ ବର୍ଷ ମାର୍ଚ୍ଚରେ ଦେଶରେ 13 ଲକ୍ଷ 93 ହଜାର 255 ଟନ ତେଲ ଆମଦାନୀ କରାଯାଇଛି । ଦେଶର ମୋଟ ବନସ୍ପତି ତୈଳ ଆମଦାମୀରେ ପାମ ତେଲ ଅଂଶ 60 ପ୍ରତିଶତରୁ ଅଧିକ ରହିଥାଏ ।

SEA ଦ୍ବାରା ଜାରି ପ୍ରାରମ୍ଭିକ ତଥ୍ୟ ଅନୁସାରେ, ଏ ବର୍ଷ ମାର୍ଚ୍ଚରେ ଆରବିଡି ପାମୋଲିନ ଆମଦାନୀ 90 ପ୍ରତିଶତ କମି 30,850 ଟନ ରହିଛି । ଯେତେବେଳେ କି 1 ବର୍ଷ ପୂର୍ବରୁ ଏହି ଅବଧିରେ ଏହାର ଆମଦାନୀ 3 ଲକ୍ଷ 12 ହଜାର 673 ଟନ ରହିଥିବା । ଆରବିଡି ପାମୋଲିନ ଆମଦାନି ଜାନୁଆରୀ 8ରୁ ବ୍ୟାପରର ପ୍ରତିବନ୍ଧିତା ସୂଚୀରେ ସାମିଲ ହୋଇଥିଲା । ଯାହା ପରେ ପାମୋଲିନ ଆମଦାନfରେ ଭାରି ହ୍ରାସ ଦେଖିବାକୁ ମିଳିଛି ।

ଭାରତରେ ମୁଖ୍ୟତଃ ଇଣ୍ଡୋନେସିଆ ଓ ମାଲେସିଆରୁ ପାମ ତେଲ ଆମଦାନି ହୋଇଥାଏ । ସେହିପରି ଆର୍ଜେଣ୍ଟିନାରୁ ସୋୟାବିନ ତେଲ ସମେତ କିଛି ହାଲୁକା କଞ୍ଚା ତେଲ ଆମଦାନି ହୁଏ । ସୂର୍ଯ୍ୟମୂଖୀ ତେଲକୁ ୟୁକ୍ରେନ ଓ ଋଷକୁ ଆଣାଯାଇଥାଏ ।

କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏହି ସମୟରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପହଞ୍ଚାଇବାକୁ ଗୁଗୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଛି ।

ABOUT THE AUTHOR

...view details