ଓଡିଶା

odisha

ETV Bharat / business

ଲକଡାଉନ ପ୍ରହାର, ଏପ୍ରିଲରେ ଚା’ ଉତ୍ପାଦନ 54 ପ୍ରତିଶତ ହ୍ରାସ - ଚା’ ବ୍ୟବସାୟ

ଲକଡାଉନ ଓ କଟକଣା ମଧ୍ୟରେ ଚା’ ଉଦ୍ୟୋଗ କ୍ଷତିଗ୍ରସ୍ଥ । ଗତ ବର୍ଷ ତୁଳନାର ଏ ବର୍ଷ ଏପ୍ରିଲରେ ଉତ୍ପାଦନ ପ୍ରବଳ ହ୍ରାସ ପାଇଛି । ଅଧିକ ପଢନ୍ତୁ..

ଏପ୍ରିଲରେ ଚା’ ଉତ୍ପାଦନ 54 ପ୍ରତିଶତ ହ୍ରାସ
ଏପ୍ରିଲରେ ଚା’ ଉତ୍ପାଦନ 54 ପ୍ରତିଶତ ହ୍ରାସ

By

Published : Jul 7, 2020, 4:02 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀକୁ ପ୍ରତିହିତ ପାଇଁ ଦେଶବ୍ୟାପି ଜାରି ଲକଡାଉନ ଯୋଗୁ ସବୁ ସେକ୍ଟରକୁ କ୍ଷତି ସହିବାକୁ ପଡିଛି । ଏଥିମଧ୍ୟରେ ଚା’ ଉତ୍ପାଦନ ମଧ୍ୟ ଏପ୍ରିଲ ମାସରେ 54 ପ୍ରତିଶତ ହ୍ରାସ ପାଇ 39.02 ମିଲିୟନ କିଲୋଗ୍ରାମରେ ପହଞ୍ଚିଛି । ଚା’ ବୋର୍ଡ (Tea Board) ଏ ନେଇ ତଥ୍ୟ ପ୍ରକାଶ କରିଛି ।

ଗତ ବର୍ଷ ଏହି ସମୟରେ ଚା’ ଉତ୍ପାଦନ 84.49 ମିଲିୟନ କିଲୋଗ୍ରାମ ରହିଥିଲା । ହେଲେ ଏବର୍ଷ ଏପ୍ରିଲରେ ଏହା 39.02 ମିଲିୟନ କିଲୋଗ୍ରାମକୁ ହ୍ରାସ ପାଇଛି । ଏଥିରେ 33.79 ମିଲିୟନ କିଲେଗ୍ରାମ ସିଟିସି (crush-tear-curl) କିସମର ରହିଥିଲା ବେଳେ, 4.74 ମିଲିୟନ କିଲୋଗ୍ରାମ ପାରମ୍ପରିକ କିସମର ଏବଂ 0.49 ମିଲିୟନ କିଲୋ ଗ୍ରୀନ ଟି ରହିଛି ।

ଅସ୍ଥାୟୀ ଡାଟା ଅନୁସାରେ, ଆସାମରେ ଚା’ ଉତ୍ପାଦନ ଏପ୍ରିଲ ମାସରେ 13,21 ମିଲିୟନ କିଲୋକୁ ଖସିଛି । ଯାହାକି ଗତ ବର୍ଷ ଏପ୍ରିଲ ମାସରେ 44.98 ମିଲିୟନ କେଜି ରହିଥିଲ ।

ସେହିପରି ପଶ୍ଚିମବଙ୍ଗରେ ଏପ୍ରିଲରେ ଚା’ ଉତ୍ପାଦନ 9.64 ମିଲିୟନ କେଜି ରହିଥିବା ବେଳେ ଗତ ବର୍ଷ ଏହି ସମୟରେ 23.34 ମିଲିୟନ ରହିଛି ।

ମୋଟ ଦେଖିବାକୁ ଗଲେ ଉତ୍ତର ଭାରତରେ ଚା’ ଉତ୍ପାଦନ ଗତ ବର୍ଷ ଅପେକ୍ଷା 70.47 ମିଲିୟନ କେଜି କମି 23.9 ମିଲିୟନ କେଜି ରହିଛି । କିନ୍ତି ଦକ୍ଷିଣ ଭାରତରେ ଉତ୍ପାଦନ ବୃଦ୍ଧି ପାଇ15.11 ମିଲିୟନ କେଜି ରହିଛି । ଯାହାକି ଗତ ବର୍ଷ 14.02 କେଜି ଥିଲା ।

ABOUT THE AUTHOR

...view details