ଓଡିଶା

odisha

By

Published : Jan 27, 2021, 6:52 PM IST

Updated : Jan 27, 2021, 7:27 PM IST

ETV Bharat / business

କୃଷି ଆଇନକୁ ନେଇ ଏଭଳି କହିଲେ ଗୀତା ଗୋପୀନାଥ

ନୂଆ କୃଷି ଆଇନକୁ ସମର୍ଥନ କରି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ମୁଖ୍ୟ ଅର୍ଥନୀତିଜ୍ଞ ଭାରତୀୟ ବଂଶୋଦ୍ଭବ ଗୀତା ଗୋପୀନାଥ ରଖିଛନ୍ତି ମତ ।

କୃଷି ଆଇନକୁ ନେଇ ଏଭଳି କହିଲେ ଗୀତା ଗୋପୀନାଥ
କୃଷି ଆଇନକୁ ନେଇ ଏଭଳି କହିଲେ ଗୀତା ଗୋପୀନାଥ

ୱାଶିଂଟନ: ଭାରତରେ ଲାଗୁ କୃଷି ବିଲ ଦ୍ବାରା କୃଷକଙ୍କ ଆୟ ବଢିବା କ୍ଷମତା ରହିଛି । କିନ୍ତୁ ଏଥିସହ ଦୁର୍ବଳ କୃଷକଙ୍କ ସାମାଜିକ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ନୂଆ କୃଷି ଆଇନକୁ ସମର୍ଥନ କରି ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ମୁଖ୍ୟ ଅର୍ଥନୀତିଜ୍ଞ ଭାରତୀୟ ବଂଶୋଦ୍ଭବ ଗୀତା ଗୋପୀନାଥ ଏ ନେଇ ମତ ରଖିଛନ୍ତି । ସେ କହିଛନ୍ତି କି ଭାରତୀୟ କୃଷିକୁ ସୁଧାରର ଆବଶ୍ୟକତା ରହିଛି ।

କୃଷି ଆଇନକୁ ବିରୋଧ କରି ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଲାଲକିଲ୍ଲାରେ ଚାଷୀଙ୍କ ଆକ୍ରୋଶ ପରେ ଆଇଏମଏଫ ମୁଖ୍ୟ ଅର୍ଥନୀତିଜ୍ଞଙ୍କ ଏଭଳି ପ୍ରଂଶସା ଓ ସହମତି ସରକାରଙ୍କୁ ଉପଶମ ଦେଇଛି । ୱାଶିଂଟନ ସ୍ଥିତ ବୈଶ୍ବିକ ଆର୍ଥିକ ସଂସ୍ଥାନର ମୁଖ୍ୟ ଅର୍ଥନୀତିଜ୍ଞ ଜଣାଇଛନ୍ତି କି ଏଭଳି ଅନେକ ସେକ୍ଟର ରହିଛି, ଯେଉଁଠି ସୁଧାରର ଆବଶ୍ୟକତା ରହିଛି । ଭାରତ ସରକାର ଗତ ବର୍ଷ ସେପ୍ଟେମ୍ବରରେ 3 କୃଷି ଆଇନକୁ ଲାଗୁ କରାଯାଇଥିଲା । ଆଉ ଏହାକୁ କୃଷି କ୍ଷେତ୍ରର ବଡ ସଂସ୍କାର ଭାବେ ଉପସ୍ଥାପନ କରାଯାଇଥିଲା । ଏହାଦ୍ବାରା ଚାଷୀଙ୍କ ବିକ୍ରେତାଙ୍କ ସହ ସିଧାସଳଖ ସମ୍ପର୍କ ରହିବ । ଏଥିସହ ମଧ୍ୟସ୍ଥତାଙ୍କ ଭୂମିକା କମିବା ସହ ଚାଷୀଙ୍କ ଲାଭ ବଢିବ । ଏହା ବାଦ ଚାଷୀ ଦେଶରେ ଯେଉଁଠି ମଧ୍ୟ ନିଜ ଉତ୍ପାଦନ ବିକ୍ରିର ସ୍ବାଧୀନତା ପାଇବେ ।

ଏଥିସହ କୃଷି ଆଇନ ଉପରେ ଏକ ପ୍ରଶ୍ନର ଉତ୍ତରରେ ଗୋପୀନାଥ କହିଛନ୍ତି କି, ଏହି କୃଷି ଆଇନ ବିଶେଷ କରି ବିତରଣ କ୍ଷେତ୍ର ସହ ସମ୍ବନ୍ଧିତ । ଏହା ଦ୍ବାରା କୃଷକଙ୍କ ପାଇଁ ବଜାର ବଡ ରହିବ । ଏବେ ସେମାନେ ବିନା କର ଦେଇ ମଣ୍ଡି ବ୍ୟତିତ ଅନେକ ସ୍ଥାନରରେ ମଧ୍ୟ ଉତ୍ପାଦନ ବିକ୍ରି କରିପାରିବେ । ଆଉ ଏହା ଦ୍ବାରା ଚାଷୀଙ୍କ ଆୟ ବଢିବ ବୋଲି ମୋର ବିଶ୍ବାସ ରହିଛି ।’

ଯେବେ ମଧ୍ୟ କୌଣସି ସୁଧାର କରାଯାଇଥାଏ, ସେତେବେଳେ ଏହା ଦ୍ବାରା ହେବାକୁ ଥିବା ପରବର୍ତ୍ତନର ଏକ ମୂଲ୍ୟ ରହିଛି । ଏଣୁ ସୁନିଶ୍ଚିତ କରିବା ଦରକାର କି ଏଥିଯୋଗୁଁ କୃଷକଙ୍କୁ ଯେପରି କ୍ଷତି ନ ପହଞ୍ଚିବ । ଏଣୁ ସେମାନଙ୍କୁ ସାମାଜିକ ସୁରକ୍ଷା ମୁହାଁ କରାଯାଇପାରିବ । ତେବେ ଆଗକୁ ଫଳାଫଳ କଣ ରହିବ ତାହା ଦେଖିବାକୁ ବାକି ରହିବ ବୋଲି ଗୋପୀନାଥ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଆଇଏମଏଫର କମ୍ୟୁନିକେସନ୍ସ ନିର୍ଦ୍ଦେଶକ ଗେରୀ ରାଇସ କୃଷି ଆଇନକୁ ସମର୍ଥନ କରି ଏହାଦ୍ବାରା ଗ୍ରାମୀଣ ଅର୍ଥନୀତି ତ୍ବରାନ୍ବିତ ହେବ ବୋଲି କହିଥିଲେ ।

Last Updated : Jan 27, 2021, 7:27 PM IST

ABOUT THE AUTHOR

...view details