ଓଡିଶା

odisha

By

Published : Jul 17, 2020, 12:45 PM IST

ETV Bharat / business

ଆଇଏମଏଫ ଚେତାବନୀ, 3 ଗୁଣ ବଢିବ ଦେବାଳିଆ କମ୍ପାନୀ

କମ୍ପାନୀ ଦେବାଳିଆ ହେଲେ ଆର୍ଥିକ ସୁଧାର ଧୀମା ପଡିବ । ଏଥିସହ ଆର୍ଥିକ ଅନିଶ୍ଚିତତା , ଘାଟା ବଢିଯିବ ବୋଲି ଆଇଏମଏଫ ଚେତାବନୀ ଦେଇଛି । 17ଟି ଦେଶର ବିଶ୍ଲେଷଣ କରି ଆଇଏମଏଫ ଏନେଇ ମତ ରଖିଛି । ଅଧିକ ପଢନ୍ତୁ..

IMF warns small and mid-sized business bankruptcies may triple
IMF warns small and mid-sized business bankruptcies may triple

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଓ କଟକଣା ମଧ୍ୟରେ କାରବାର ସ୍ଥାଣୁ ପାଲଟିଯାଇଛି । ମହାମାରୀ ପ୍ରଭାବରେ ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧିକ କ୍ଷତି ସହିଛନ୍ତି । ଯଦି ଏଭଳି ସଙ୍କଟ ସମୟରେ ସରକାରୀ ସହାୟତା ନ ମିଳେ, ତେବେ ଏ ବର୍ଷ ସମଗ୍ର ବିଶ୍ବରେ କ୍ଷୁଦ୍ର ଓ ମଧ୍ୟମ କମ୍ପାନୀଙ୍କ ସଂଖ୍ୟା 3 ଗୁଣ ବଢିବ । ଏନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ସତର୍କ କରାଯାଇଛି ।

ଯଦି କମ୍ପାନୀ ଦେବାଳିଆ ହୁଅନ୍ତି ତେବେ ଆର୍ଥିକ ସୁଧାର ଧୀମା ପଡିବ । ଏଥିସହ ଆର୍ଥିକ ଅସ୍ଥିରତା, ଘାଟା ବଢିଯିବ ବୋଲି ଆଇଏମଏଫ ଚେତାବନୀ ଦେଇଛି । 17ଟି ଦେଶର ବିଶ୍ଲେଷଣ କରି ଆଇଏମଏଫ ଏନେଇ ମତ ରଖିଛି ।

ବିଶ୍ଲେଷଣରୁ ଜଣାପଡିଛି କି , 17 ଦେଶ କହିଛନ୍ତି କି ଏ ବର୍ଷ ଦେବାଳିଆ ହାର 12 ପ୍ରତିଶତରେ ପହଞ୍ଚିପାରେ । ଯାହାକି କୋରୋନା ମହାମାରୀ ପୂର୍ବରୁ 4 ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିଲା । ଏନେଇ ଆଇଏମଏଫ ଗୁରୁବାର ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ମୁତାବକ ଚାହିଦା ଓ ଉତ୍ପାଦନ ହ୍ରାସ ଦ୍ବାରା କମ୍ପାନୀ କ୍ଷତି ବଢିବ । ଆଉ ଏଥିମଧ୍ୟରେ ସବୁଠୁ ଅଧିକ ଇଟାଲିର କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବ । ତେବେ ଜି-20 ରାଷ୍ଟ୍ରଗୁଡିକରେ ଟିକସ, ସାମାଜିକ ସୁରକ୍ଷାର ଯୋଗଦାନ ଯୋଗୁଁ ବ୍ୟବସାୟୀଙ୍କୁ ରିଲିଫ ମିଳିବ ।

ତେବେ ରିପୋର୍ଟ ଅନୁସାରେ କୋଭିଡ-19 ପ୍ରଭାବରେ ସେବା କ୍ଷେତ୍ର ଅଧିକ ପ୍ରଭାବିତ ହେବ । ଏ କ୍ଷେତ୍ରରେ କ୍ଷୁଦ୍ର ବ୍ୟବସାୟୀଙ୍କ ଦେବାଳିଆ ହାର 20 ପ୍ରତିଶତ ପର୍ଯ୍ୟନ୍ତ ଛୁଇଁପାରେ ।

ABOUT THE AUTHOR

...view details