ଓଡିଶା

odisha

ETV Bharat / business

ପ୍ରତି ବ୍ୟକ୍ତି ପିଛା ଜିଡିପିରେ ଭାରତକୁ ଟପିବ ବାଂଲାଦେଶ: IMF - Per Capita GDP

ପ୍ରତି ବ୍ୟକ୍ତି ପିଛା ଜିଡିପି ମାମଲାରେ ଭାରତକୁ ପଛରେ ପକାଇବାକୁ ପ୍ରସ୍ତୁତ ବାଂଲାଦେଶ । ସେପଟେ ଲଗାତାର ଅଭିବୃଦ୍ଧି ହାର ହ୍ରାସ ଯୋଗୁଁ ଭାରତ ଦକ୍ଷିଣ ଏସିଆର ତୃତୀୟ ଗରିବ ରାଷ୍ଟ୍ର ହେବ । ଅଧିକ ପଢନ୍ତୁ..

ପ୍ରତି ବ୍ୟକ୍ତି ପିଛା ଜିଡିପି ମାମଲାରେ ଭାରତକୁ କାଟିବ ବାଲାଂଦେଶ: ଆଇଏମଏଫ
ପ୍ରତି ବ୍ୟକ୍ତି ପିଛା ଜିଡିପି ମାମଲାରେ ଭାରତକୁ କାଟିବ ବାଲାଂଦେଶ: ଆଇଏମଏଫ

By

Published : Oct 15, 2020, 6:26 PM IST

ନୂଆଦିଲ୍ଲୀ: ପ୍ରତି ବ୍ୟକ୍ତି ପିଛା ଜିଡିପି କ୍ଷେତ୍ରରେ ଭାରତକୁ ପଛରେ ପକାଇବ ବାଂଲାଦେଶ । ଭାରତର ବିକାଶ ହାରରେ ହ୍ରାସ ଆସିବା ସହ ଏହା ପ୍ରତି ବ୍ୟକ୍ତି ପିଛା ଅଭିବୃଦ୍ଧି ହାରରେ ବାଲାଂଦେଶ ଠାରୁ ପଛୁଆ ରହିଯିବ । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ ) ଏ ନେଇ ଆନୁମାନ କରିଛି । ଆଇଏମଏଫର ଏହି ଅନୁମାନ ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଆଇଏମଏଫ ଏହା ବି କହିଛି କି ଆସନ୍ତା ବର୍ଷ ଭାରତରେ ବିକାଶ ବଢିବ ।

ଆଇଏମଏଫର ୱାର୍ଲ୍ଡ ଇକୋନୋମିକ ରିପୋର୍ଟ ଅନୁସାରେ 2021 ମାର୍ଚ୍ଚରେ ସମାପ୍ତ ହେବାକୁ ଥିବା ଆର୍ଥିକ ବର୍ଷରେ ଭାରତର ପ୍ରତି ବ୍ୟକ୍ତି ପିଛା ଜିଡିପିରେ 10.5 ପ୍ରତିଶତ ହ୍ରାସ ଆସିବ । ଏହା ଦ୍ବାରା ଭାରତ ଦକ୍ଷିଣ ଏସିଆର ତୃତୀୟ ସବୁଠୁ ଗରିବ ଦେଶ ହୋଇଯିବ । ତେବେ ପାକିସ୍ଥାନ ଓ ନେପାଳ, ଭାରତ ଠାରୁ ପଛରେ ରହିବେ ।

ଏବେ ବାଲାଂଦେଶ, ଭୁଟାନ, ଶ୍ରୀଲଙ୍କା ଓ ମାଳଦ୍ବୀପର ଭାରତ ତୁଳନାରେ ପ୍ରତି ବ୍ୟକ୍ତିର ଜିଡିପି ଅଧିକ ହେବ । ଡଲାର ଦୃଷ୍ଟିରୁ ଦେଖିବାକୁ ଗଲେ ବାଲାଂଦେଶର ପ୍ରତି ବ୍ୟକ୍ତି ପିଛା ଜିଡିପି 2020ରେ 4 ପ୍ରତିଶତ ବଢିଛି ।

ତେବେ ଏହି ତଥ୍ୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ‘‘ବିଜେପିର ଘୃଣାରେ ପରିପୂର୍ଣ୍ଣ ସାଂସ୍କୃତିକ ରାଷ୍ଟ୍ରବାଦର 6 ବର୍ଷର ଦୃଢ ସଫଳତା ଦ୍ବାରା ବାଂଲାଦେଶ ଭାରତକୁ ପରାସ୍ତ କରିବାକୁ ପ୍ରସ୍ତୁତ ।

ସେପେଟେ ଏ ନେଇ ସେୟାର ବଜାର ବିଶେଷଜ୍ଞ ମନୀଷ ଚୋଖନୀ ମଧ୍ୟ ଟ୍ବିଟ କରି କହିଛନ୍ତି କି, ‘‘ ଆଜିର ବିଶେଷ, ଆମ ଦୁଇ ପଡୋଶୀ ଆଗକୁ ବଢୁଛନ୍ତି ।

ABOUT THE AUTHOR

...view details