ଓଡିଶା

odisha

ETV Bharat / business

ଜି-20 ଲିଡରଙ୍କୁ ଆଇଏମଏଫ ପ୍ରମୁଖଙ୍କ ଅପିଲ, ଜାରି ରହୁ ପଲିସି ସପୋର୍ଟ - ଜି-20 ଲିଡରଙ୍କୁ ଆଇଏମଏଫ ପ୍ରମୁଖଙ୍କ ଅପିଲ

କୋରୋନା ସଙ୍କଟରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକକୁ ଫେରାଇ ଆଣିବା ସହ ଅନିଶ୍ଚିତତା ମଧ୍ୟରେ ଅର୍ଥନୀତିକୁ ଭିଟାମିନ ଦେବା ପାଇଁ ଜରୁରୀ ଅର୍ଥନୈତିକ ପ୍ରୟାସ । ଏଣୁ ପଲିସି ସପୋର୍ଟ ଜାରି ରଖିବାକୁ ଜି-20 ଦେଶକୁ ଆହ୍ବାନ ଦେଇଛନ୍ତି ଆଇଏମଏଫ ପ୍ରମୁଖ । ଅଧିକ ପଢନ୍ତୁ...

ଜି-20 ଲିଡରଙ୍କୁ ଆଇଏମଏଫ ପ୍ରମୁଖଙ୍କ ଅପିଲ , ଜାରି ରହୁ ପଲିସି ସପୋର୍ଟ
ଜି-20 ଲିଡରଙ୍କୁ ଆଇଏମଏଫ ପ୍ରମୁଖଙ୍କ ଅପିଲ , ଜାରି ରହୁ ପଲିସି ସପୋର୍ଟ

By

Published : Nov 23, 2020, 1:51 PM IST

ୱାଶିଂଟନ: ଅର୍ଥବ୍ୟବସ୍ଥାକୁ ପୁଣି ଟ୍ରାକକୁ ଫେରାଇ ଆଣିବା ପାଇଁ ଜି-20 ଦେଶକୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ (ଆଇଏମଏଫ) ପ୍ରମୁଖ କ୍ରିଷ୍ଟଲୀନା ଜର୍ଜିୟେବା ଆହ୍ବାନ କରିଛନ୍ତି । ସେ କହିଛନ୍ତି ବୈଶ୍ବିକ ଅର୍ଥବ୍ୟବସ୍ଥା ପ୍ରତି ଏବେ ବି ମହାମାରୀ ସଙ୍କଟ ଲାଗି ରହିଛି । ଏଣୁ ଏଭଳି ସମୟରେ ନୀତି ସମର୍ଥନ (ପଲିସି ସପୋର୍ଟ) ଜାରି ରଖିବା ଆବଶ୍ୟକ ।

ସାଉଦି ଆରବ ଦ୍ବାରା ଆୟୋଜିତ ଜି-20 ଦେଶର ଶିଖର ସମ୍ମିଳନୀ ବୈଠକରେ ଜର୍ଜିଭା ଏକ ବିବୃତ୍ତିରେ କହିଛନ୍ତି ଯେ, ‘‘କୋଭିଡ-19ର ପ୍ରଭାବ କମ କରିବା ପାଇଁ ଅଦ୍ଭୁଦପୂର୍ବ କାର୍ଯ୍ୟନୁଷ୍ଠାନକୁ ନେଇ ମୁଁ ଜି-20 ଦେଶକୁ ପ୍ରଂଶସା କରୁଛି । ସେ କହିଛନ୍ତି କି ଏହା ଦ୍ବାରା ବଡ ପରିମାଣରେ କମ୍ପାନୀକୁ ଦେବାଳିବା ହେବା ଓ ଗଭୀର ସଙ୍କଟକୁ ରୋକିବା ପାଇଁ ସହଯୋଗ ମିଳିଛି ।’’

ସମଗ୍ର ଦୁନିଆ ଏବେ ବି ଏହି ସଙ୍କଟରୁ ମୁକୁଳିପାରିନାହିଁ । ପଲିସି ସପୋର୍ଟ ଆଗକୁ ଆହୁରୀ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ଜର୍ଜିୟେବା ଜି-20 ଦେଶର ଲିଡରଙ୍କୁ ବ୍ୟବସାୟ ଓ ଶ୍ରମିକଙ୍କ ପାଇଁ ବ୍ୟାପର, ଆର୍ଥିକ ପଲିସି ସମର୍ଥନ ବଜାୟ ରଖିବାକୁ ଅପିଲ କରିଛନ୍ତି । ସ୍ବାସ୍ଥ୍ୟ ସଙ୍କଟରୁ ବାହାରକୁ ନ ବାହାରିବା ଯାଏଁ ଏହି ପ୍ରୟାସ (ପଲିସି ସପୋର୍ଟ) ଜାରି ରହିବା ଆବଶ୍ୟକ ବୋଲି ଜର୍ଭିୟେବା ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ ସମୟ ଆସିଯାଇଛି କି, ବିକାଶ ଦିଗରେ ଆଗକୁ ବଢିବା ଓ ଜଳବାୟୁ ପରିବର୍ତ୍ତନ ସହ ଲଢିବା ପାଇଁ ଏକ ସନ୍ତୁଳିତ ଏବଂ ଡିଜିଟାଲ ଭିତ୍ତିଭୂମି ସଂରଞ୍ଚନା ନିବେଶର ପ୍ରସ୍ତୁତି ହେବା ଦରକାର ।

ଆଇଏମଏଫ ପ୍ରମୁଖ ଆହୁରୀ ମଧ୍ୟ କହିଛନ୍ତି କି, ବର୍ତ୍ତମାନ ସମୟ ଅନିଶ୍ଚିତ । କାରଣ ଏଭଳି ସଙ୍କଟ ଦ୍ବାରା ସୃଷ୍ଟି ହୋଇଥିବା ବ୍ୟବଧାନ ଗତିର ବ୍ୟବହାର ସମସ୍ତଙ୍କ ପାଇଁ ଏକ ବିକଶିତ ଅର୍ଥବ୍ୟବସ୍ଥା ଗଢିବା କଷ୍ଟକର ।

ଜର୍ଜିୟେବା ଅନ୍ତରାଷ୍ଟ୍ରୀୟ ବ୍ୟାପର ପ୍ରଣାଳୀକୁ ପୁର୍ନଜୀବିତ କରିବା ଓ ଟିକସର ଏକ ଅନ୍ତରାଷ୍ଟ୍ରୀୟ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ପାଇଁ ଜି-20 ଲିଡରଙ୍କୁ ଆହ୍ବାନ ଦେଇଛନ୍ତି ।

ABOUT THE AUTHOR

...view details