ହାଇଦ୍ରବାଦ: ଶୁକ୍ରବାର ଘରୋଇ ସେକ୍ଟରର ବୃହତ୍ତମ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ଅନଲାଇନ ସେବା ଠପ ହୋଇଛି । ଏଥିପାଇଁ ଗ୍ରାହକ ବହୁତ ସମସ୍ୟାର ସାମ୍ନା କରିଥିବା ବେଳେ ଟ୍ବିଟରରେ ଏନେଇ ବର୍ଷିଛନ୍ତି ।
ତେବେ ବ୍ୟାଙ୍କର ଅନଲାଇନ ସେବା ବନ୍ଦ ଯୋଗୁଁ ବ୍ୟାଙ୍କର ଖାତାଧାରୀ ନେଟ ବ୍ୟାଙ୍କିଙ୍ଗ ଓ ମୋବାଇଲ ବ୍ୟାଙ୍କିଙ୍ଗ ସେବାର ବ୍ୟବହାର କରିପାରୁନାହାନ୍ତି । ଆଇସିଆଇସିଆଇ ବ୍ୟାଙ୍କର ନା ନେଟବ୍ୟାଙ୍କିଙ୍ଗ ଲଗଇନ ହେଉଛି ନା ୱେବସାଇଟ କାମ କରୁଛି । ଗ୍ରାହକ ନେଟ ବ୍ୟାଙ୍କିଙ୍ଗ ଜରିଆରେ ଲଗଇନ କରିପାରୁନାହାନ୍ତି । ଆଇସିଆଇସିଆଇ ବ୍ୟାଙ୍କରେ ଦେଖାଦେଇଥିବା ଏହି ସମସ୍ୟାର ପ୍ରଭାବ ଲକ୍ଷାଧିକ ଗ୍ରାହକ ଉପରେ ପଡିଛି । ଏ ନେଇ ଲୋକମାନେ ସୋସିଆଲ ମିଡିଆରେ ଅସନ୍ତୋଷ ଜାହିର କରିଛନ୍ତି ।