ଓଡିଶା

odisha

ETV Bharat / business

ଜିରୋ ବାଲାନ୍ସ ଯନ୍ତ୍ରଣା, ଗୋଟିଏ ଟ୍ରାଞ୍ଜାକ୍ସନ ପିଛା ଗଣିବେ 125 ଟଙ୍କା - ଜିରୋ ବାଲାନ୍ସ

ଜିରୋ ବାଲାନ୍ସ ଆକାଉଣ୍ଟ ଉପରେ ଗଣିବାକୁ ପଡିବ ଅତିରିକ୍ତ ଦେୟ । ପ୍ରତ୍ୟେକ ନେଣଦେଣ ପିଛା ପ୍ରାୟ 100ରୁ 125 ଟଙ୍କା କଟିବ। ଆସନ୍ତା ମାସ 16 ତାରିଖରୁ ଏହି ନୂଆ ନିୟମ ଲାଗୁ କରିବା ନେଇ ସୂଚନା ଦେଇଛି ଦେଶର ବୃହତ୍ତ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ।

ପ୍ରତିକାତ୍ମକ ଫଟୋ

By

Published : Sep 16, 2019, 10:23 AM IST

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଶକ୍ତ ଝଟକା। ଏଣିକି ଜିରୋ ବାଲାନ୍ସ ଆକାଉଣ୍ଟ ଉପରେ ଗଣିବାକୁ ପଡିବ ଅତିରିକ୍ତ ଦେୟ। ପ୍ରତ୍ୟେକ ନେଣଦେଣ ପିଛା ପ୍ରାୟ 100ରୁ 125 ଟଙ୍କା କଟିବ। ଆସନ୍ତା ମାସ 16 ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ବ୍ୟାଙ୍କ ଜଣାଇଛି।

ଏହା ସହ ଆକାଉଣ୍ଟଧାରୀ ଯଦି ମେସିନ ଜରିଆରେ ଟଙ୍କା କାଢୁଛନ୍ତି ତା ଉପରେ ବି ଶୁଳ୍କ ଦେବେ । ଏ ନେଇ ICICI ବ୍ୟାଙ୍କ ଶୁକ୍ରବାର ରାତିରେ ତାର ଉପଭୋକ୍ତାଙ୍କୁ ଏକ ନୋଟିସ ଜାରି କରିସାରିଛି । ଏଥିରେ ବ୍ୟାଙ୍କ ଦର୍ଶାଇଛି ଯେ, ଆମେ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନକୁ ଡିଜିଟାଲାଇଜ କରିବାକୁ ଉତ୍ସାହିତ କରୁଛୁ । ଯାହ ଦ୍ବାରା ଡିଜିଟାଲ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ମିଳିବ।

ମୋବାଇଲ ଓ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ହେଉଥିବା ଏନଇଏଫଟି, ଆରଟିଜିଏସ, ୟୁପିଆଇ କାରବାର ଉପରେ ଲାଗୁ ହେଉଥିବା ସମସ୍ତ ଶୁଳ୍କକୁ ବ୍ୟାଙ୍କ ହଟାଇଦେଇଛି।


NEFT ଓ RTGS ଉପରେ ମୋଟା ଚାର୍ଜ

ICICI ବ୍ୟାଙ୍କରୁ 10,000 ଟଙ୍କାରୁ 10 ଲକ୍ଷ ଟଙ୍କା ଉଠାଣ ଉପରେ ଗ୍ରାହକଙ୍କୁ 2.25 ରୁ 24.75 ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିଥାଏ। ସେହିପରି ଆଇସିଆଇସିଆଇ ବ୍ୟାଙ୍କକୁ ଅନ୍ୟ ବ୍ରାଞ୍ଚରୁ 2ଲକ୍ଷରୁ 10 ଲକ୍ଷ ଟଙ୍କା ପଠାଇବା(RTGS ଟ୍ରାଞ୍ଜାକ୍ସନ) ପାଇଁ 20ରୁ 45 ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଓ ଏହା ବାଦ୍ ଅତିରିକ୍ତ ଦେୟ ବାବଦକୁ ଦ୍ରବ୍ୟ ଓ ସେବା କର(gst) ମଧ୍ୟ ରହିଛି।

ABOUT THE AUTHOR

...view details