ନୂଆଦିଲ୍ଲୀ: କରଦାତାଙ୍କୁ ଆଶ୍ବସ୍ତି । 2019-20 ଆର୍ଥିକ ବର୍ଷ ପାଇଁ କର ସଞ୍ଚୟ ପେମେଣ୍ଟ/ ନିବେଶ ସମୟସୀମା ଜୁଲାଇ 31କୁ ବୃଦ୍ଧି ପାଇଛି । କୋରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଆୟକର ବିଭାଗ ଗୁରୁବାର ଏ ନେଇ ଘୋଷଣା କରିଛି ।
ଜୁଲାଇ 31 ଯାଏଁ ବଢିଲା ଟିକସ ସଞ୍ଚୟ ନିବେଶ ଅବଧି
କୋରୋନା ସଙ୍କଟ ମଧ୍ୟରେ କରଦାତାଙ୍କୁ ଆଶ୍ବସ୍ତି ଦେବା ପାଇଁ ଆୟକର ବିଭାଗ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି । ଆୟକର ରିଟର୍ଣ୍ଣ ଦାଖଲ ଅବଧି ବୃଦ୍ଧି ପରେ ଏବେ ବିଭାଗ ପକ୍ଷରୁ ଟିକସ ସଞ୍ଚୟ ନିବେଶ ସମୟସୀମା ବଢାଯାଇଛି । ଅଧିକ ପଢନ୍ତୁ..
ଆଇଟି ବିଭାଗ ଟ୍ବିଟ କରି କହିଛି କି, ‘‘ଆମେ ଯେଉଁ ସମୟରେ ରହିଛି, ତାହାକୁ ଧ୍ୟାନରେ ରଖି ଆମେ ସମୟସୀମାକୁ ଆହୁରି ବଢାଇଦେଇଛୁ । ଏବେ ଆର୍ଥିକ ବର୍ଷ 2019-20 ଆର୍ଥିକ ବର୍ଷ ପାଇଁ କର ସଞ୍ଚୟନିବେଶ/ପେମେଣ୍ଟକୁ 2020 ଜୁଲାଇ 31 ଯାଏଁ ବଢାଯାଇଛି । ତେବେ ଏହା ଦ୍ବାରା ଆପଣଙ୍କୁ ଯୋଜନା ପ୍ରସ୍ତୁତରେ ସାହାଯ୍ୟ ମିଳିବ ବୋଲି ଆମେ ଆଶା କରୁଛୁ । ’’
ପ୍ରକାଶ ଯେ, ଗତ ସପ୍ତାହରେ 2018-19 ଆର୍ଥିକ ବର୍ଷ ପାଇଁ ସଂଶୋଧିତ ଆୟକର ରିଟର୍ଣ୍ଣ(ଆଇଟିଆର)ଦାଖଲ ଆବଧିକୁ ଜୁଲାଇ 31 ଯାଏଁ ବଢାଇ ଦିଆଯାଇଥିଲା । ଏଥିସହ ଆଧାର ଓ ପାନ ଲିଙ୍କ ସମୟସୀମା ମଧ୍ୟ 2021 ମାର୍ଚ୍ଚ 21 ଯାଏଁ ବୃଦ୍ଧି କରାଯାଇଛି ।