ନୂଆଦିଲ୍ଲୀ: ଟିଡିଏସ ଛାଡ ଫର୍ମ ଭରିବା ଅବଧିକୁ ବଢାଇଲା ଆୟକର ବିଭାଗ । ଦେଶ ବ୍ୟାପି ଲକଡାଉନ ଜାରି ରହିଥିବାରୁ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ବିଭଗ ପକ୍ଷରୁ ଏଭଳି ଘୋଷଣା କରାଯାଇଛି ।
ଲକଡାଉନ: ବଢିଲା ଟିଡିଏସ ଛାଡ ଫର୍ମ ପୂରଣ ସମୟସୀମା - ଆୟକର ବିଭାଗ
ଲକଡାଉନ ମଧ୍ୟରେ ଟିଡିଏସ ଛାଡ ଫର୍ମ ଭରିବା ଅବଧିକୁ ବଢାଇଲା ଆୟକର ବିଭାଗ । ଅଧିକ ପଢନ୍ତୁ..

ଲକଡାଉନ : ବଢିଲା ଟିଡିଏସ ଛାଡ ଫର୍ମ ପୂରଣ ସମୟସୀମା
ବ୍ୟକ୍ତିଗତ ଲୋକଙ୍କୁ ଚଳିତ ଆର୍ଥିତ ବର୍ଷ ପାଇଁ 15ଜି ଓ 15 ଜି ଫର୍ମ ଭରିବା ପାଇଁ ଜୁନ 30 ପରେ ଆହୁରୀ ସମୟ ଦିଆଯିବ । ସୁଧ ଆୟ ଉପରୁ କାଟ ହେଉଥିବା କର (ଟିଡିଏସ) ଛାଡ ପାଇଁ ଏହି ଫର୍ମ ଭରାଯାଇଥାଏ । କୋଭିଡ -19 ମଧ୍ୟରେ ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ଆମଦାନୀ କର ଯୋଗ୍ୟ ସୀମରୁ କମ ହୋଇଥାଏ , ସେମାନଙ୍କୁ 15ଜି ଓ 15 ଏଚ ଫର୍ମ ଭରିବାକୁ ପଡିଥାଏ । ଏହି ଫର୍ମ ସୁଧ ଆୟ ଉପରେ ଟିଡିଏସ ଛାଡ ପାଇଁ ବି ଭରିବାକୁ ପଡେ । ସାଧାରଣତଃ ଏହି ଫର୍ମକୁ ପୂରଣ କରି କରଦାତା ଏପ୍ରିଲ ସୁଦ୍ଧା ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାନରେ ଜମା କରିଥାନ୍ତି ।