ଓଡିଶା

odisha

ETV Bharat / business

ମୁଁ ଏତେ ପିଆଜ ଖାଏନି: ନିର୍ମଳା ସୀତାରମଣ - ପିଆଜ ଉପରେ ସୀତାରମଣଙ୍କ ଭିଡିଓ

ପିଆଜ ଦାମ ଆକାଶଛୁଆଁ ନେଇ ଲୋକସଭାରେ ଚାଲିଥିବା ଏକ ତର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମୁଁ ଏତେ ପିଆଜ ଖାଏନାହିଁ । ଏଣୁ ଚିନ୍ତା କରନ୍ତୁ ନାହିଁ । ମୁଁ ଏପରି ପରିବାରରୁ ଆସିଛି ଯେଉଁଠି ପିଆଜ ଓ ରସୁଣର ଅର୍ଥ କିଛି ନାହିଁ । ’’ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

I don't eat much onion: Sitharaman during debate on skyrocketing prices
ମୁଁ ଏତେ ପିଆଜ ଖାଉନାହିଁ : ସୀତାରମଣ

By

Published : Dec 5, 2019, 1:45 PM IST

Updated : Dec 5, 2019, 2:08 PM IST

ନୂଆଦିଲ୍ଲୀ: ଦେଶରେ ଏବେ ପିଆଜ ଦର ବୃଦ୍ଧିକୁ ନେଇ ପଡୁଛି ଉଠୁଛି । ଖୁଚୁରା ବଜାରରେ ପିଆଜ କିଲୋ 150 ଟଙ୍କା ଟପିଲାଣି । ଗରିବଠୁ ମଧ୍ୟବିତ୍ତ ସମସ୍ତେ ହାହାକାର । ଏପରି ସ୍ଥିତିରେ ପିଆଜକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିବା ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁଁ ଏତେ ପିଆଜ ଖାଉନାହିଁ : ସୀତାରମଣ

ବୁଧବାର ଲୋକସଭାରେ କୌଣସି ଏକ ପ୍ରଶ୍ନର ଉତ୍ତରେ ନିର୍ମଳା କହୁଛନ୍ତି ଯେ, ‘‘ ମୁଁ ଏତେ ରସୁଣ , ପିଆଜ ଖାଏନାହିଁ , ଏଣୁ ଚିନ୍ତା କରନ୍ତୁ ନାହିଁ । ମୁଁ ଏପରି ପରିବାରରୁ ଆସିଛି ଯେଉଁଠି ପିଆଜ ଓ ରସୁଣର ଅର୍ଥ କିଛି ନାହିଁ । ’’

ଏହା ପରେ ଗୃହରେ କେହି ଜଣେ ପାଟି କରି କହୁଛନ୍ତି ‘‘ ହଁ ଅଧିକ ପିଆଜ କ୍ୟାନ୍ସରର କାରଣ ’, ତେବେ ଏହାକୁ ଅଣଦେଖା କରି ଅର୍ଥମନ୍ତ୍ରୀ ଏନସିପି ଲିଡର ସୁପ୍ରିଆ ସୁଲେଙ୍କ ନାଁ ନେଉଥିବା ନେଇ ଏହି ଭିଡିଓର ଶେଷରେ ରହିଛି ।

ଗୋଟିଏ ପଟେ ପିଆଜ ଆକାଶଛୁଆଁ ହେଲାଣି, ସାଧାରଣ ଲୋକେ ପିଆଜ ପାଇଁ ଡହଳବିକଳ ହେଉଛନ୍ତି । କ୍ଷେତରୁ ପିଆଜ ଗାଏବ ହୋଇଗଲାଣି । ଏପରି ଅଣାୟତ ସ୍ଥିତିରେ ଅର୍ଥମନ୍ତ୍ରୀଙ୍କ ଏହି ଭିଡିଓ ସମାଲୋଚକଙ୍କୁ ଖୋରାକ ଯୋଗାଉଛି । ଏପରିକି ପିଆଜ ଦର ବୃଦ୍ଧି ଦ୍ବାରା ଅର୍ଥମନ୍ତ୍ରୀଙ୍କୁ କିଛି ଫରକ ପଡୁନାହିଁ ବୋଲି ସୋସିଆଲ ମିଡିଆରେ କୁହାଯାଉଥିବା ଦେଖାଦେଇଛି ।

Last Updated : Dec 5, 2019, 2:08 PM IST

ABOUT THE AUTHOR

...view details