ଓଡିଶା

odisha

ETV Bharat / business

ହାଇଦ୍ରାବାଦ-ସିକନ୍ଦରାବାଦ ମେଟ୍ରୋ ରେଳ ସେବା ଆରମ୍ଭ - ହାଇଦ୍ରାବାଦ ମେଟ୍ରୋ ରେଳ ସେବା

ହାଇଦ୍ରାବାଦ ଓ ସିକନ୍ଦରାବାଦକୁ ଯୋଡିବା ପାଇଁ ବୃହତ୍ତ ମେଟ୍ରୋ ପ୍ରକଳ୍ପର ଉଦଘାଟନ । ଏବେ ଜୁବଲି ବସ ଷ୍ଟେସନ ଓ ମହାତ୍ମାଗାନ୍ଧୀ ବସ ଷ୍ଟେସନ ମଧ୍ୟରେ ଥିବା 11 କିଲୋମିଟରର ଦ୍ବରତାକୁ ଯୋଡିବ ମେଟ୍ରୋ ।

Hyderabad-Secunderabad Metro Rail service launched
ହାଇଦ୍ରାବାଦ-ସିକନ୍ଦରାବାଦ ମେଟ୍ରୋ ରେଳ ସେବା ଆରମ୍ଭ

By

Published : Feb 8, 2020, 2:56 PM IST


ହାଇଦ୍ରାବାଦ: ଦେଶର ଦ୍ବିତୀୟ ବୃହତ୍ତ ମେଟ୍ରୋ ରେଳଷ୍ଟେସନର ଶୁଭାରମ୍ଭ । ଶୁକ୍ରବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ-ଚନ୍ଦ୍ରଶେଖର ରାଓ ହାଇଦ୍ରାବାଦ ମେଟ୍ରୋ ଯୋଜନାର ଜୁବଲି ବସ ଷ୍ଟେସନ ଓ ମହାତ୍ମାଗାନ୍ଧୀ ବସ ଷ୍ଟେସନ ମଧ୍ୟରେ 11 କିଲୋମିଟରର ଲମ୍ବା ଟ୍ରାକକୁ ଉଦଘାଟନ କରିଛନ୍ତି ।

ହାଇଦ୍ରାବାଦ-ସିକନ୍ଦରାବାଦ ମେଟ୍ରୋ ରେଳ ସେବା ଆରମ୍ଭ


ପୂର୍ବରୁ ହାଇଦ୍ରାବାଦ ମେଟ୍ରୋ 58 କିଲୋମିଟରରୁ ଅଧିକ ଦୂରତା ମଧ୍ୟରେ 2 ଟି ଭାଗରେ ଦୈନିକ 780 ଥର ଯିବାଆସିବା କରେ । ଏଥିରେ ପ୍ରାୟ 4 ଲକ୍ଷରୁ ଊର୍ଦ୍ଧ୍ବ ଯାତ୍ରୀ ଯାତାୟତ କରିଥାନ୍ତି । ଆଉ ଏବେ ଏହି ଟ୍ରାକର ଉଦଘାଟନ ପରେ ହାଇଦ୍ରାବାଦ ମେଟ୍ରୋ ନେଟୱାର୍କର ମୋଟ ବିସ୍ତାର 69.2 କିଲୋମିଟର ହୋଇଯାଇଛି । ଦିଲ୍ଲୀ ପରେ ଏହା ଦେଶର ଦ୍ବିତୀୟ ବୃହତ୍ତ ମେଟ୍ରୋ ରେଳ ନେଟୱାର୍କ ରୂପେ ନିଜ ସ୍ଥିତି ମଜବୁତ କରିଛି ।

ରାଷ୍ଟ୍ରୀୟ ରାଜଧାନୀରେ ମେଟ୍ରୋ ସେବା ଦିଲ୍ଲୀ-ଏନସିଆର କ୍ଷେତ୍ରରେ 300 କିଲେମାମିଟର ପର୍ଯ୍ୟନ୍ତ ବ୍ୟାପିଛି ।

ପ୍ରକାଶ ଯେ, ଦିଲ୍ଲୀ ମେଟ୍ରୋ ଏକ ସରକାରୀ ଯୋଜନା । ହେଲେ ତେଲେଙ୍ଗାନା ସରକାରଙ୍କ ହାଇଦ୍ରାବାଦ ମେଟ୍ରୋ ପାଇଁ ଏଲଏଣ୍ଡଟି ସହ ଭାଗୀଦାର ହୋଇଛି । ଆନୁମାନିକ ପାଖାପାଖି 20,000 କୋଟି ଟଙ୍କାର ବ୍ୟୟ ସହ ଏହା ଦୁନିଆର ସର୍ବବୃହତ୍ତ ପିପି ପ୍ରୋଜେକ୍ଟ ।


ଲାର୍ସନ ଆଣ୍ଡ ଟୁବ୍ରୋର ସିଇଓ ଓ ପ୍ରବନ୍ଧ ନିର୍ଦ୍ଦେଶକ ଏସ.ଏନ ସୁବ୍ରମଣ୍ୟମ ଏହାର ଉଦଘାଟନ ସମୟରେ କହିଥିଲେ ଯେ, ‘‘ ପ୍ରତିଷ୍ଠିତ ହାଇଦ୍ରାବାଦ ମେଟ୍ରୋ ରେଳ ଯୋଜନା ସବୁଠୁ ପ୍ରତିଷ୍ଠିତ ଯୋଜନା ମଧ୍ୟରୁ ଅନ୍ୟତମ ।


(ପିଟିଆଇ)

ABOUT THE AUTHOR

...view details