ହାଇଦ୍ରବାଦ: ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର କାଗଜ ରହିତ ଇ-ବୋର୍ଡିଂ ସୁବିଧା ଆରମ୍ଭ କରିଛି । ଏଭଳି ପଦକ୍ଷେପ ସହ ଏହା ଦେଶର ପ୍ରଥମ ବିମାନ ବନ୍ଦର ହୋଇଛି , ଯେଉଁଠି ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଇ-ବୋର୍ଡିଂ ବନ୍ଦୋବସ୍ତ ରହିଛି ।
ହାଇଦ୍ରାବାଦ ବିମାନ ବନ୍ଦରର ସଞ୍ଚାଳନ କରୁଥିବା କମ୍ପାନୀ ଜିଏମଆର ସମୂହ ମଙ୍ଗଳବାର ଏ ନେଇ ସୂଚନା ଦେଇଛି । ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି କି, ଜିଏମଆର ସମୂହର ନିୟନ୍ତ୍ରଣଧୀନ ବିମାନ ବନ୍ଦର ପାଖରେ ପ୍ରଥମରୁ ହିଁ ଭାରତର ପ୍ରଥମ ଓ ଏକମାତ୍ର ଏଭଳି ବିମାନ ବିନ୍ଦର ରହିବା ଶ୍ରେୟ ରହିଛି , ଯାହା ସମସ୍ତ ଉଡାଣରେ ଏହାର ସବୁ ଘରୋଇ ଯାତ୍ରୀଙ୍କୁ ଇ-ବୋର୍ଡିଂର ସୁବିଧା ପ୍ରଦାନ କରିଥାଏ ।