ନୂଆଦିଲ୍ଲୀ: ଆମେରିକାରର ପ୍ରତିବନ୍ଧକ ମଧ୍ୟରେ ବ୍ୟବସାୟକୁ ବଞ୍ଚାଇବା ପାଇଁ ପ୍ରାୟ 2 ବର୍ଷ ଧରି ସଂଘର୍ଷ କରୁଥିବା ହୁୱାଇ ଶେଷରେ ନିଜର ସବ୍-ବ୍ରାଣ୍ଡ ଅନର କୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି । ଏ ନେଇ କମ୍ପାନୀ ମଙ୍ଗଳବାର ଘୋଷଣା କରିଛି । ଚୀନରେ ରହିଥିବା କମ୍ପାନୀ ଶେନଜେନ୍ ଜିକ୍ସିନ୍ ନ୍ୟୁ ଇଫରମେସନ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ( Shenzhen Zhixin New Information Technology Co Ltd) କୁ ଅନର ର ବ୍ୟବସାୟିକ ସମ୍ପତ୍ତି ବିକ୍ରି ହେବ ।
ତଥ୍ୟ ଅନୁସାରେ , 15 ବିଲିୟନ ଡଲାରରେ ହୁୱାଇ ଏବଂ ଶେନଜେନ ମଧ୍ୟରେ ଏହି ଡିଲ ନିର୍ଦ୍ଧାରିତ ହୋଇଛି । ଯାହା ଦ୍ବାରା ଅନରର ଚ୍ୟାନେଲ ସେଲର ଓ ଯୋଗାଣକାରୀକୁ ଏହି ସଙ୍କଟ ସମୟରୁ ମୁକୁଳିବା ପାଇଁ ସହଯୋଗ ମିଳିବ ।