ଓଡିଶା

odisha

ETV Bharat / business

ପ୍ରଶ୍ନ ଘେରରେ ଗୁଗୁଲ ପେ, ଆରବିଆଇ ବିନା ଅନୁମତିରେ କିପରି କରୁଛି ଟ୍ରାଞ୍ଜାକ୍ସନ ? - Google

ବିନା ଆରବିଆଇ ଅନୁମତିରେ ଗୁଗୁଲ ପେ କିପରି ଭାରତରେ ନେଣଦେଣ କରୁଛି । ସେ ନେଇ ଦିଲ୍ଲୀ ହାଇକୋର୍ଟ ମାଗିଛି ଜବାବ । ଯଥାସମ୍ଭବ ଏହାର ତଦନ୍ତ କରି ଉତ୍ତର ଦେବାକୁ କୋର୍ଟ ଆରବିଆଇକୁ ଦେଇଛି ନିର୍ଦ୍ଦେଶ।

ପ୍ରତିକାତ୍ମକ ଫଟୋ

By

Published : Apr 12, 2019, 5:30 AM IST

ନୂଆଦିଲ୍ଲୀ: ଅନଲାଇନ ଟ୍ରାଞ୍ଜାକ୍ସନ ସାଇଟ ଗୁଗୁଲ ପେ ବ୍ୟବହାରକୁ ନେଇ ଉଠିଛି ପ୍ରଶ୍ନ । ବିନା ଆରବିଆଇର ଅନୁମତିରେ କିପରି ଭାରତରେ ନେଣଦେଣ କରାଯାଉଛି ସେ ନେଇ ଦିଲ୍ଲୀ ହାଇକୋର୍ଟ ମାଗିଛି ଜବାବ । ଯଥାସମ୍ଭବ ଏହାର ତଦନ୍ତ କରି ଉତ୍ତର ଦେବାକୁ କୋର୍ଟ ଆରବିଆଇକୁ ନିର୍ଦ୍ଦେଶ ଦେଇଛି ।

ପ୍ରକାଶ ଥାଉ ଯେ, ଏକ ଜନହିତ ମାମଲାର ଶୁଣାଣୀ କରି ଦିଲ୍ଲୀ ହାଇକୋର୍ଟ ଗୁଗୁଲ ପେକୁ ଗାର୍ଗେଟ କରିଛନ୍ତି । ଭାରତର ସର୍ବୋଚ୍ଚ ତଥା କେନ୍ଦ୍ରୀୟ ବ୍ୟାଙ୍କର ବିନା ମଞ୍ଜୁରୀରେ ଦେଶରେ ଆର୍ଥିକ ନେଣଦେଣ କିପରି କରୁଛି । ଏ ନେଇ କୋର୍ଟ ଆରବିଆଇକୁ ପ୍ରଶ୍ନ କରିଛି । ଏ ନେଇ ତୁରନ୍ତ ଜବାବ ଦେବାକୁ କୋର୍ଟ ଆବିଆଇକୁ କହିଛି ।

ଉକ୍ତ ଜନହିତ ମାମଲରେ ଅଭିଯୋଗ କରାଯାଇଥିଲା ଯେ, ଗୁଗୁଲ ପେ ପେମେଣ୍ଟ ଆଣ୍ଡ ସେଟେଲମେଣ୍ଟ ନିୟମର ଉଲ୍ଲଂଘନ କରୁଛି । କାରଣ ଏହି ନିୟମ ଅନୁଯାୟୀ ଆର୍ଥିକ ନେଣଦେଣ ସଂସ୍ଥାଗୁଡିକ ଆରବିଆଇଠାରୁ ଗ୍ରୀନ ସିଗନାଲ ପାଇବା ପରେ କାମ କରିଥାନ୍ତି । ହେଲେ ଗୁଗୁଲ ପେ କ୍ଷେତ୍ରରେ ଏହା ବ୍ୟାତିକ୍ରମ ଦେଖାଦେଇଛି ।

ABOUT THE AUTHOR

...view details