ଓଡିଶା

odisha

ETV Bharat / business

7ଟି ପ୍ରମୁଖ ସହରରେ 47 ପ୍ରତିଶତ ଖସିଲା ଘର ବିକ୍ରି ! - ଖସିଲା ଘର ବିକ୍ରି

ମହାମାରୀ ମାଡରେ ଏ ବର୍ଷ ଦେଶର 7 ପ୍ରମୁଖ ସହରରେ ଘର ବିକ୍ରି 47 ପ୍ରତିଶତ ହ୍ରାସ ହୋଇ 1.38 ଲକ୍ଷ ୟୁନିଟ ରହିବା ଅନୁମାନ ରହିଛି । ଅଧିକ ପଢନ୍ତୁ..

7ଟି  ପ୍ରମୁଖ ସହରରେ 47 ପ୍ରତିଶତ ଖସିଲା ଘର ବିକ୍ରି !
7ଟି ପ୍ରମୁଖ ସହରରେ 47 ପ୍ରତିଶତ ଖସିଲା ଘର ବିକ୍ରି !

By

Published : Dec 21, 2020, 8:05 PM IST

ନୂଆଦିଲ୍ଲୀ : କୋଭିଡ-19 ମହାମାରୀ ପ୍ରଭାବରେ କମିଛି ବ୍ୟକ୍ତିଗତ ଆୟ । ଯାହାର ପ୍ରଭାବ ବିଭିନ୍ନ ସେକ୍ଟର ସହିତ ସଙ୍କଟଗ୍ରସ୍ତ ରିଅଲ ଇଷ୍ଟେଟ ଉପରେ ଅଧିକା ପଡିଛି । ମହାମାରୀ ମାଡରେ ଏ ବର୍ଷ ଦେଶର 7 ପ୍ରମୁଖ ସହରରେ ଘର ବିକ୍ରି 47 ପ୍ରତିଶତ ହ୍ରାସ ହୋଇ 1.38 ଲକ୍ଷ ୟୁନିଟ ରହିବା ଅନୁମାନ କରିଛି ପ୍ରମୁଖ ପ୍ରପର୍ଟି କନସଲଟାଣ୍ଟସ 'ଅନାରକ' (Anarock) ।

ଏ ନେଇ ହୋଇଥିବା ସର୍ଭେକ୍ଷଣ 7 ଟି ସହର ଯଥା- ଦିଲ୍ଲୀ-ଏନସିଆର, ମୁମ୍ବାଇ ମହାନଗରୀୟ ରିଜନ (ଏମଏମଆର) , ପୁନେ , ବେଙ୍ଗାଲୁରୁ, ହାଇଦ୍ରାବାଦ , ଚେନ୍ନାଇ ଓ କୋଲକତା ଫଳାଫଳ ଉପରେ ଆଧାରିତ ରହିଛି । ଅନାରକ ଏ ବର୍ଷ ସମାପ୍ତର 10 ଦିନ ପୂର୍ବରୁ ଏହାର ରିପୋର୍ଟ ଜାରି କରିଛି । ରିପୋର୍ଟରେ ଦର୍ଶାଯାଇଛି କି , 2020 ମଧ୍ୟରେ ଏହି 7 ସହରରେ ମୋଟ 1.38 ଲକ୍ଷର ଘର ବିକ୍ରି ହୋଇଛି । ଯେତେବେଳେ କି 2019 ରେ ଏହି ସଂଖ୍ୟା 2.61 ୟୁନିଟ ଥିଲା ।

2020 ରେ ନୂଆ ଘର ଯୋଗାଣ ହ୍ରାସ ହୋଇ 1.28 ଲକ୍ଷ ୟୁନିଟ ରହିଛି । ଯାହା 2019 ରେ 23.7 ଲକ୍ଷ ଥିଲା । ତେବେ ଲକଡାଉନ କୋହଳ, ଆର୍ଥିକ ଗତିବିଧି ସ୍ବାଭାବିକ ସହ ଅକ୍ଟୋବର-ଡିସେମ୍ବର ମଧ୍ୟରେ ଘର ବିକ୍ରିରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି । ‘‘ କୋଭିଡ-19 ଯୋଗୁଁ 2020 ଏକ ଅପ୍ରତ୍ୟାଶିତ ବର୍ଷ ରହିଛି । ଯାହା ଦ୍ବାରା ଅର୍ଥବ୍ୟବସ୍ଥା ଦୋହଲିପଡିଥିବା ବେଳେ 2020ର ଶେଷ ଦୁଇ ତ୍ରୟମାସରେ ହାଉସିଂ ସେକ୍ଟରରେ ବୃଦ୍ଧି ଆସିଛି । ବୋଲି ଏନରାକ ଚେୟାରମ୍ୟାନ ତଥା ଫାଇଣ୍ଡର ଅନୁଜ ପୁରୀ କହିଛନ୍ତି ।

ABOUT THE AUTHOR

...view details